ଇତିହାସ ବିଭାଗର ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ।

0 7

ବେଗୁନିଆପଡା ,୧୦/୦୯(ପିପିଟି):ଗୁରବାର ଦିବା ୧୧ଘଟିକା ୩୦ ମିନଟ ସମୟରେ କୋଦଳା ସ୍ଥିତ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଇତିହାସ ବିଭାଗର ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଙ୍କ ନିମନ୍ତେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ୲ କାର୍ଯ୍ୟକ୍ରମ ଆରମ୍ଭରେ ଛାତ୍ରୀ ସୁଶ୍ରୀ ରୋଜି ମୁଦୁଲି ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ୲ ତୃତୀୟ ଓ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ର ସୁଶ୍ରୀ ଜସ୍ମିନ ଦତ୍ତ, ସୁଶ୍ରୀ କାଜଲ ମିଶ୍ର, ଶ୍ରୀ ପବିତ୍ର ନାୟକ ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ଜଣାଇବା ସହ ଅଧ୍ୟାପକ ଅଧ୍ୟାପିକା ଙ୍କ ଉପଦେଶ କୁ ଅନୁସରଣ କରିବାକୁ କହିଥିଲେ ୲ ଅଧ୍ୟାପିକା ଶ୍ରୀମତୀ ଗୃହଲକ୍ଷ୍ମୀ ସାହୁ ଛାତ୍ରଛାତ୍ରୀ ଙ୍କୁ ବିଭିନ୍ନ ଉପଦେଶ ଦେବା ସହ ଅନୁଷ୍ଠାନର ନିୟମ ମାନିବାକୁ କହିଥିଲେ ୲ ଅଧ୍ୟାପକ ଶ୍ରୀ ସପନ କୁମାର ଦାଶ ଜୀବନର ଲକ୍ଷ୍ୟକୁ ହାସଲ କରିବା ପାଇଁ କହିଥିଲେ । ଇତିହାସ ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ବିନୋଦ କୁମାର ମିଶ୍ର ନୂତନ ଛାତ୍ରଛାତ୍ରୀ ଙ୍କୁ ଅନେକ ପ୍ରେରଣା ଦେଇଥିଲେ । ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ଜୀବନ ବିତାଇବା ପାଇଁ ଉପଦେଶ ଦେଇଥିଲେ ୲ ଆଜିର କାର୍ଯ୍ୟକ୍ରମକୁ ଯୁକ୍ତ ତିନି ଶେଷବର୍ଷ ଛାତ୍ର ଶ୍ରୀ ଅମର ନାୟକ ଓ ଛାତ୍ରୀ ସୁଶ୍ରୀ କାଜଲ ବିଷୋୟୀ ପରିଚାଳନା କରିଥିଲେ  । ଶେଷ ବର୍ଷ ଛାତ୍ର ଅମର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ୲ ଖୁସି ପ୍ରଧାନ ଅନ୍ତିମ ସଙ୍ଗୀତ ଗାନ କରିଥିଲେ ।

Leave A Reply

Your email address will not be published.