ସରକାରଙ୍କ ନୂତନ ନୀତିକୁ ନେଇ ଖପ୍ପା ଗାଁ ସାଥୀ ବିଧାନସଭା ଘେରାଉ ପାଇଁ ସଜବାଜ ।

0 49

ବେଗୁନିଆପଡା,୦୯/୦୯(ପିପିଟି):ରାଜ୍ଯ ସରକାରଙ୍କ ନୂତନ ନିୟମକୁ ନେଇ ଖପ୍ପା ଗାଁ ସାଥୀ ସଂଘ। ଏମ୍ ଏମ୍ ଏମ୍ ଏସ୍ କାର୍ଯ୍ୟକୁ ବିରୋଧ। ରାଜ୍ଯ ଗାଁ ସାଥୀ ସଂଘର ଆହ୍ବାନ କ୍ରମେ ଆଗାମୀ ଦିନରେ ବିଭିନ୍ନ ଦାବିରେ ବିଧାନସଭା ଘେରାଉ କରିବେ ରାଜ୍ଯର ସମସ୍ତ ଗାଁ ସାଥୀ ମାନେ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଗାଁ ସାଥୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ବେଗୁନିଆପଡ଼ା ବିଡ଼ିଓଙ୍କ ଅନୁପସ୍ଥିତିରେ ଜିପିଓକୁଂ ପ୍ରଦାନ କରାଯାଇଛି। ସଭାପତି ରବିନ୍ଦ୍ର ନାଥ ଗୌଡ଼, ସଂପାଦକ ଚରଣ ନାୟକଙ୍କ ସମେତ ବହୁ ଗାଁ ସାଥୀ ବୁଧବାର ବେଗୁନିଆପଡ଼ା ବ୍ଲକରେ ଏହି ଦାବିପତ୍ର ପ୍ରଦାନ କରିବା ସହ ଆସନ୍ତା ୧୧ ଓ ୨୩ ସେପ୍ଟେମ୍ବର ୨ ଦିନ ଏମ୍ ଏମ୍ ଏମ୍ ଏସ୍ କାର୍ଯ୍ଯରୁ ବିରତି ରହିବା ନେଇ ଜଣାଇଛନ୍ତି।
ଗଞ୍ଜାମ ଜିଲ୍ଲାରେ ଗାଁ ସାଥୀ (ମେଟ୍) ମାନଙ୍କ ପାଇଁ ଆସିଥିବା ଏନ୍‌ଏମ୍‌ଏମ୍‌ଏସ୍‌ (NMMS) କାର୍ଯ୍ୟକୁ ନେଇ ଗାଁ ସାଥୀକଂ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଏହାକୁ ନେଇ ରାଜ୍ୟ ଗାଁ ସାଥୀ ମେଟ୍ ମଜଦୁର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ସଂଘର ଅଭିଯୋଗ ଅନୁସାରେ, ଗାଁ ସାଥୀ ମେଟ୍‌ମାନେ ଦୀର୍ଘଦିନ ଧରି ମନରେଗା କାର୍ଯ୍ୟରେ ନିୟୋଜିତ ରହି ଶ୍ରମିକମାନଙ୍କୁ କାମ ଯୋଗାଇବା ସହ ବିଭିନ୍ନ ଦାୟିତ୍ୱ ତୁଲାଇ ଆସୁଛନ୍ତି। କିନ୍ତୁ ନୂଆ ଭାବେ NMMS କାର୍ଯ୍ୟରେ ନିୟୋଜିତ କରାଯିବା ଫଳରେ ସେମାନଙ୍କ ଉପରେ ଅତିରିକ୍ତ ଚାପ ପଡ଼ିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।ତେଣୁ NMMS କାର୍ଯ୍ୟରୁ ଗାଁ ସାଥୀ ମେଟ୍‌ମାନଙ୍କୁ ବିରତ ରଖିବା ଏବଂ ସେମାନଙ୍କ ଦାବି ପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.