ଗୁରୁ ଦିବସରେ ପିତାଙ୍କ ଜନ୍ମଦିନରେ ଭାବବିହ୍ୱଳ କୋରେଇ ବିଧାୟକ ଆକାଶ ଦାସ ନାୟକ ।

0 0

ଯାଜପୁର,୦୫/୦୯(ପିପିଟି): ଗୁରୁ ଦିବସ ଅବସରରେ କୋରେଇ ବିଧାୟକ ଆକାଶ ଦାସ ନାୟକ ତାଙ୍କ ପିତା ତଥା ଜୀବନର ପ୍ରଥମ ଶିକ୍ଷକ ମାୟାଧର ନାୟକଙ୍କ ଜନ୍ମଦିନକୁ ଭାବପୂର୍ଣ୍ଣ ଭାବେ ସ୍ମରଣ କରିଛନ୍ତି।

ଏହି ଅବସରରେ ଶ୍ରୀ ନାୟକ କହିଛନ୍ତି ଯେ, ଗୁରୁ ଦିବସର ଏହି ପବିତ୍ର ଅବସରରେ ତାଙ୍କ ଜୀବନର ପ୍ରଥମ ଶିକ୍ଷକ, ପ୍ରେରଣା ଓ ପଥପ୍ରଦର୍ଶକ ତାଙ୍କ ପୂଜ୍ୟ ପିତାଙ୍କ ଜନ୍ମଦିନ ତାଙ୍କ ପାଇଁ ଏକ ଅତ୍ୟନ୍ତ ଭାବପୂର୍ଣ୍ଣ ମୁହୂର୍ତ୍ତ।

ସେ କହିଛନ୍ତି, “ଜୀବନର ପ୍ରତିଟି ପଦକ୍ଷେପରେ ଆପଣଙ୍କ ଶିକ୍ଷା, ଆଶୀର୍ବାଦ ଓ ମାର୍ଗଦର୍ଶନ ମୋର ସବୁଠୁ ବଡ଼ ସମ୍ବଳ।” ପିତାଙ୍କ ଅବଦାନ ଓ ମାର୍ଗଦର୍ଶନ ତାଙ୍କ ଜୀବନରେ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିଛି ବୋଲି ସେ ଉଲ୍ଲେଖ କରିଛନ୍ତି।

ପିତାଙ୍କ ସୁସ୍ଥ, ଶାନ୍ତିମୟ ଓ ସମୃଦ୍ଧ ଜୀବନ କାମନା କରି ଶ୍ରୀ ନାୟକ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଏଥିସହ ସେ ତାଙ୍କ ପିତାଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ଗୁରୁ ଦିବସ ଭଳି ଏକ ବିଶେଷ ଦିନରେ ପିତାଙ୍କୁ ନିଜର ପ୍ରଥମ ଗୁରୁ ଭାବେ ସ୍ମରଣ କରି ବିଧାୟକଙ୍କ ଏହି ଭାବପୂର୍ଣ୍ଣ ବାର୍ତ୍ତା ପିତା-ପୁତ୍ର ସମ୍ପର୍କର ଗଭୀରତାକୁ ପ୍ରତିଫଳିତ କରିଛି।

Leave A Reply

Your email address will not be published.