ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ବ୍ଲକ ସ୍ତରୀୟ ଗୁରୁଦିବସ ପାଳିତ ।

0 11

କୋଦଳା ,୦୫/୦୯(ପିପିଟି ): ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ସ୍ଥିତ ଦଣ୍ଡିଶ୍ୱର ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ନିଖିଳ ଓଡିଶା ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ଶନିବାର ଦିନ ଗୁରୁଦିବସ ପାଳିତ ହୋଇଯାଇଛି । ବେଗୁନିଆପଡା ବ୍ଲକ ଶିକ୍ଷକ ସଙ୍ଘ ସଭାପତି ପଙ୍କଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନାରାୟଣ ଭୂୟାଁ ଯୋଗଦେଇ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ସାନଖେମୁଣ୍ଡି ବ୍ଲକର ପୂର୍ବତନ ବିଇଓ ପ୍ରଫୁଲ୍ଲ କୁମାର ଚୌଧୁରୀ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ସର୍ବପଲ୍ଲୀ ଡକ୍ଟର ରାଧାକ୍ରିଷ୍ଠନଙ୍କ ବିଷୟରେ ଆଲୋଚନା କରିବାସହ ଉପସ୍ଥିତ ଶିକ୍ଷକଙ୍କୁ ଦିଗଦର୍ଶନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଶିକ୍ଷକ ସଙ୍ଘ ସଭାପତି ତଥା ଶିକ୍ଷକ ରବି ନାରାୟଣ ଶତପଥୀ, ABDO ନିରଞ୍ଜନ ବେହେରା, ସମ୍ପାଦକ ସଞ୍ଜୟ କୁମାର ପାଣ୍ଡି, ପ୍ରକାଶ ଚନ୍ଦ୍ର ଭୂୟାଁ, ଶିକ୍ଷୟତ୍ରୀ ପ୍ରଭାସିନୀ ଦାଶ ଆଦି ସମ୍ନାନିତ ଅତିଥି ଭାବେ ମଞ୍ଚାସିନ ଥିଲେ । ଏହି ଅବସରରେ ବର୍ଷୀୟାନ ଶିକ୍ଷକ ସୋମନାଥ ସେଠି,ସୁଦର୍ଶନ ସାହୁ, ରାଘବ ଗୌଡ଼,ନାରାୟଣ ନାହାକ,ପ୍ରଭାତ କୁମାର ମିଶ୍ର,ପ୍ରଭାସ ରଞ୍ଜନ ସାହୁ,ନଳିନୀକାନ୍ତ ପଟ୍ଟନାୟକ,ନିତ୍ୟାନନ୍ଦ ସାହୁ,କୈଳାସ ଚନ୍ଦ୍ର ବିଷୋୟୀ ଏବଂ ଅର୍ଜୁନ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ବେଗୁନିଆପଡା ବ୍ଲକ ଶିକ୍ଷକ ସଙ୍ଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.