ଇତିହାସ ବିଭାଗ ଯୁକ୍ତ-୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ବାଗତ।

0 2

ପୋଲସରା,୩୧/୦୮(ପିପିଟି) :ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଇତିହାସ ବିଭାଗ ଫକ୍ଷରୁ ଯୁକ୍ତ-୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ସ୍ବାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବିଭାଗ ଅଧ୍ୟାପିକା ଏନସିସି ଲେଫ୍ଟନାଣ୍ଟ ବିନତା କୁମାରୀ ଦାସଙ୍କ ପରିଚାଳନା ଏବଂ ଯୁକ୍ତ-୨ ଓ ଯୁକ୍ତ-୩ ବର୍ଷର ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଡ. ଭଗବାନ ତ୍ରିପାଠୀ, ପ୍ରଶାସନିକ ଅଧିକାରୀ ପ୍ରଫେସର ରୁଦ୍ର ପ୍ରସାଦ ଗୌଡ଼, ପରୀକ୍ଷା ପରିଚାଳନା ଅଧିକାରୀ ଅଧ୍ୟାପକ ମନୋଜ କୁମାର ସ୍ବାଇଁ, ଖେଳ ବିଭାଗ ଦୀପକ କୁମାର ସ୍ବାଇଁ, ଡ. ସୁଦାମ ସେଠୀ, ଅସୀତ କୁମାର ସାହୁ, ବସନ୍ତ କୁମାର ପାଣି ପ୍ରମୁଖ ଯୋଗଦେଇ ନବାଗତ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେବା ସହିତ ସ୍ବାଗତ ଓ ଶୁଭେଚ୍ଛା ଜଣାଇଥିଲେ।
ଗତ ୨୦୨୫ ସାଲରେ ଏହି ଇତିହାସ ବିଭାଗର ପ୍ରାକ୍ତନ ଛାତ୍ରୀ ଝରଣା ଭୂୟାଁ ବିଶ୍ବବିଦ୍ୟାଳୟ ସ୍ତରରେ ସପ୍ତମ ସ୍ଥାନ ଅଧିକାର କରିଥିବାଯୋଗୁଁ ଇତିହାସ ବିଭାଗ ଫକ୍ଷରୁ ତାଙ୍କୁ ସ୍ଵତନ୍ତ୍ର ଭାବେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବା ସହିତ ଶୁଭେଚ୍ଛା ଦିଆଯାଇଥିଲା। ଏଥିସହ ଏହି ବିଭାଗର ଅନ୍ୟ ସମସ୍ତ ଅଧ୍ୟାପକ, ଅଧ୍ୟାପିକାମାନେ ମଧ୍ୟ ନବାଗତ ଛାତ୍ରଛାତ୍ରୀମାନଙ୍କୁ ବିଭାଗର ଶିକ୍ଷାଦାନ ପ୍ରଣାଳୀ, ଶୈକ୍ଷିକ ପରିବେଶ ଓ ବିଭିନ୍ନ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ଅବଗତ କରିଥିଲେ। ପରେ ନବାଗତ ଛାତ୍ରଛାତ୍ରୀମାନେ ମଧ୍ୟ ବିଭାଗର ବରିଷ୍ଠ ଛାତ୍ରଛାତ୍ରୀଙ୍କ ଠାରୁ ସହଯୋଗ ଏବଂ ସମସ୍ତ ଅଧ୍ୟାପକ ଅଧ୍ୟାପିକାମାନଙ୍କ ଆଶୀର୍ବାଦରେ ଅନୁପ୍ରାଣିତ ହୋଇ ଉତ୍ତମ ଶିକ୍ଷା ଆହରଣ କରିବାକୁ ଆଶା ବ୍ୟକ୍ତ କରିଥିଲେ।ଶେଷରେ ଲେଫ୍ଟନାଣ୍ଟ ବିନତା କୁମାରୀ ଦାସ ବିଭାଗର ମୁଖ୍ୟ ହିସାବରେ ଉପସ୍ଥିତ ସମସ୍ତ ମଞ୍ଚାସିନ ଅତିଥିବୃନ୍ଦ, ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.