ଯାଜପୁର,୩୦/୦୮(ପିପିଟି ): ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଦା ପଂଚାୟତ ବାସୁଦେବପୁର ଗ୍ରାମସ୍ଥିତ କେଲୁଅ ନଦୀର ସନିଘାଟ ନିକଟରୁ ପୁଲିସ ଆଜି ଜଣେ ଯୁବକର ମୃତଦେହକୁ ଉଦ୍ଧାର କରିଛି । ମୃତ ଯୁବକ ଜଣକ ଜେନାପୁର ଥାନା ଜେନାପୁର ପଂଚାୟତ ଦଳେଇସାହି ର ବିଜୟ ଦଳେଇଙ୍କ ପୁଅ ପ୍ରତାପ ଦଳେଇ (୨୧) ବୋଲି ଚିହ୍ନଟ ହୋଇଛି । ଚିହ୍ନଟ ପରେ ଧର୍ମଶାଳା ପୁଲିସ ମୃତଦେହକୁ ଜେନାପୁର ପୁଲିସକୁ ହସ୍ତାନ୍ତର କରିଛି । ସୂଚନା ମୁତାବକ ବ୍ରହ୍ମଣୀ ନଦୀର ଜେନାପୁର କଲେଜ ନିକଟସ୍ଥ ଘାଟରେ ଗତକାଲି ଉକ୍ତ ଯୁବକ ଜଣକ ଦୁଇଜଣ ସାଙ୍ଗ ସହିତ ଗାଧୋଉଥିବା ବେଳେ ଅସାବଧାନତାବସତ ପାଣିରେ ବୁଡିଯାଇ ନିଖୋଜ ହୋଇଯାଇଥିଲେ । ତେବେ ତାଙ୍କ ମୃତଦେହ ନଦୀରେ ଭାସିଆସି ଆଜି ବାସୁଦେବପୁରନିକଟସ୍ଥ ସନି ଘାଟରେ ଲାଗିଥିଲା । ସ୍ଥାନୀୟ ଲୋକମାନେ ଦେଖି ଧର୍ମଶାଳା ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରିଥିଲା । ଏସମ୍ପର୍କରେ ଖବର ପାଇ ଜେନାପୁର ଦଳେଇ ସାହିର ଲୋକମାନେ ଆସି ମୃତଦେହକୁ ଚିହ୍ନଟ କରିବା ପରେ ଧର୍ମଶାଳା ପୁଲସ ମୃତଦେହକୁ ଜେନାପୁର ପୁଲିସକୁ ହସ୍ତାନ୍ତର କରିଥିଲା । ଏନେଇ ଜେନାପୁର ପୁଲିସ ୧୫/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଛେଦ ଲାଗି ଧର୍ମଶାଳା ଡାକ୍ତରଖାନାରେ ଭର୍ତି କରି ଘଟଣାର ତଦନ୍ତ ଚଳାଇଛି ବୋଲି ଜେନାପୁର ଥାନା ଏସଆଇ ମହେନ୍ଦ୍ର କୁମାର ସେଠୀ ସୂଚନା ଦେଇଛନ୍ତି ।