ନୌବାଣିଜ୍ୟ ପରମ୍ପରା, ପରିବାରର ସମ୍ପର୍କ ଉତ୍କଳ ଇତିହାସର ବାର୍ତ୍ତା ପ୍ରଚାର କରେ ଖୁଦୁରୁକୁଣୀ ଓଷା।

0 158

ବୋଲଗଡ଼,୩୦/୮(ପିପିଟି):ଉତ୍କଳୀୟ ସଂସ୍କୃତି ର ଅନନ୍ୟ ପାରମ୍ପରିକ ଓଷା ହେଉଛି ଖୁଦୁରୁକୁଣୀ ଓଷା ଏହାକୁ ଭାଲୁକୁଣି ଓଷା ବା ଢିଙ୍କି ଓଷା ଭାବରେ କିଛି ଅଞ୍ଚଳରେ ପରିଚିତ।ଏହି ଓଷା ମୁଖ୍ୟତଃ କୁମାରୀ ଝିଅମାନେ ପାଳନ କରିଥାନ୍ତି। ଅନେକ ଓଷାଠାରୁ ଏହା ଏକ ପ୍ରଧାନ ଓଷା । ଉକ୍ତ ଓଷା ଟି ଭାଦ୍ରବ ମାସର ପ୍ରତ୍ୟେକ ରବିବାର ଦିନ ଏହି ଓଷା ପାଳନ କରାଯାଏ। ଝିଅ ମାନେ ଦୂରରେ ଥିବା ଆତ୍ମୀୟ ଓ ମୁଖ୍ୟତଃ ଭାଇ ମାନଙ୍କର ମଙ୍ଗଳ ମନାସି ଏହି ଓଷା ପାଳିଥାନ୍ତି।
ମା’ ମଙ୍ଗଳା ଙ୍କ ଫଟୋ କିମ୍ବା ମୂର୍ତ୍ତି ସ୍ଥାପନା କରିଥାନ୍ତି । ଝିଅମାନେ ପ୍ରଭାତ ସମୟରେ ଫୁଲ ସଂଗ୍ରହ କରି ମାଳ ଗୁନ୍ଥିଥାନ୍ତି ତାପରେ ସମସ୍ତେ ପୋଖରୀ କୁ ଯାଇ ସ୍ନାନ ସାରି ବାଲୁକା ପୂଜା କରି ନିଜର କୋଠି କୁ ଆସି ଭୋଗ ପୂଜା କରିଥାନ୍ତି ।ବିଶେଷ କରି ଏହି ଓଷା ରେ ଖୁଦଭଜା, ଲିଆ, ଉଖୁଡ଼ା ରେ ଭୋଗ କରାଯାଇଥାଏ। ମା’ ମଙ୍ଗଳା ଠାକୁରାଣୀଙ୍କର ଖୁଦ ଅତି ପ୍ରିୟ ଖାଦ୍ୟ, ବାସ୍ତବିକ ସେ ଖୁଦରଙ୍କୁଣୀ। ଏହି ଖୁଦରଙ୍କୁଣୀ ଶଦ୍ଦ ଅପଭ୍ରଂଶ ହୋଇ ଖୁଦୁରୁକୁଣି ଶଦ୍ଦଟି ଜାତ ହୋଇଛି। ଆଉ କେତେକଙ୍କ ମତରେ ମା’ ମଙ୍ଗଳା ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ସହିତ ଅଙ୍ଗାଗି ଭାବରେ ଜଡିତ। ଯାହାକି ମା’ ମଙ୍ଗଳାଙ୍କୁ ସୁମରଣା କରି ବାଣିଜ୍ୟ ଯାତ୍ରା କରିବା ସହିତ ଫେରିବା ପର୍ଯ୍ୟନ୍ତ ମା’ ମଙ୍ଗଳାଙ୍କର ଅପାର କରୁଣା ସହିତ ଡଙ୍ଗାର ମଙ୍ଗକୁ ସଙ୍କେତ ସ୍ୱରୁପ ପୂଜା କରାଯାଇଥାଏ। ଏପରିକି ଖୁଦୁରୁକୁଣୀ ଓଷାକୁ ନେଇ ଅନେକ ଐତିହାସିକ ଅନେକ ମତ ଦେଇଥାନ୍ତି।
ସନ୍ଧ୍ୟା ସମୟରେ ତଅପୋଇ ଓଷାର ପୁରାଣ ପଢ଼ି ଏବଂ ବୋଇତ ବନ୍ଦାଣ କରନ୍ତି ଭାଲୁକୁଣୀ ଙ୍କ ନିକଟରେ ନିଜ ନିଜ ଭାଇର ମଙ୍ଗଳ ମନାସି ପୂଜାସାରି ଘରକୁ ଫେରିଥାନ୍ତି। ଓଡ଼ିଶାର ସାଧବ ପୁଅମାନେ ସୁଦୂର ଅତିତରେ ଦେଶ ବିଦେଶ କୁ ବଣିଜ କରିବା ନିମନ୍ତେ ଯାଉଥିଲେ। ସେହିପରି ଏକଦା ସାତ ସାଧବ ଭାଇ ଓ ଅଲିଅଳି ଭଉଣୀ ତଅପୋଇ କୁ ଭାଉଜ ମାନେ ଯାତନା ଦେବା ଓ ଖୁଦୁରୁକୁଣୀ ମା ମଙ୍ଗଳା ଙ୍କୁ ଭାବ ଭକ୍ତିରେ ପୂଜି ସେଥିରୁ ମୁକ୍ତି ମିଳିବାକୁ ନେଇ ଏହି ଓଷାର ଆରମ୍ଭ। ଝିଅ ମାନେ ଦୁରରେ ଥିବା ନିଜର ଆତ୍ମୀୟ ଓ ମୁଖ୍ୟତଃ ଭାଇ ମାନଙ୍କର ମଙ୍ଗଳ ମନାସି ଏହି ଓଷା ପାଳନ କରିଥାନ୍ତି। ମୋଟାମୋଟି କହିବାକୁ ଗଲେ ଖୁଦୁରୁକୁଣୀ ଓଷା ର ଉପାଖ୍ୟାନ ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପ୍ରମାଣ କରିବା ସହିତ ନଣନ୍ଦ ସହ ଭାଉଜ ସୁ ସମ୍ପର୍କ ରଖିବାକୁ ଭାଉଜ ମାନଙ୍କୁ ସଚେତନ କରାଯାଇଛି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.