ସ୍ବାସ୍ଥ୍ୟ ବୀମା ଯୋଜନାର ପରିବର୍ତ୍ତନକୁ ବିରୋଧ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ।

0 0

କୋଦଳା ,୧୩/୦୮(ପିପିଟି):ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ପରିବର୍ତ୍ତନ କରିବା ପ୍ରକ୍ରିୟାକୁ ବିରୋଧ କରିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ବାବା ଶ୍ରୀ ଦଣ୍ଡିଶ୍ୱର ସାମ୍ବାଦିକ ସଂଘ। ଏ ନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ କୋଦଳା ଅତିରିକ୍ତ ତହସିଲଦାର ରବି ନାରାୟଣ ସେଠୀ ଓ ବେଗୁନିଆପଡ଼ା ବିଡ଼ିଓ ସୁନୀଲ ସାମନ୍ତଙ୍କ ଜରିଆରେ ଏକ ଦାବୀପତ୍ର ସଂଘ ପକ୍ଷରୁ ପ୍ରଦାନ କରାଯାଇଛି।ସଂଘ ପକ୍ଷରୁ କୁହାଯାଇଛି ଯେ, କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପ୍ରଚଳିତ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାର ନିଜସ୍ବ ସୁବିଧା ରହିଛି। ଏହି ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନା ସହ ପରିବର୍ତ୍ତିତ କରାଯିବା ନେଇ ଖବର ପ୍ରକାଶ ପାଇବା ପରେ ସାମ୍ବାଦିକ ମହଲରେ ଅସନ୍ତୋଷ ଦେଖାଦେଇଛି।ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ସ୍ବତନ୍ତ୍ର ଭାବେ ଜାରି ରଖିବା ସହିତ ଏଥିରେ ଖବରଦାତାଙ୍କ ମାତା,ପିତାଙ୍କୁ ମଧ୍ୟ ସାମିଲ କରାଯାଉ ବୋଲି ବେଗୁନିଆପଡ଼ା ଅଞ୍ଚଳର ସାମ୍ବାଦିକ ମାନେ ଦାବି କରିଛନ୍ତି। ଏହାସହ ଦାବିଗୁଡ଼ିକ ପୂରଣ ନ ହେଲେ ଆଗାମୀ ଦିନରେ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଦାବିପତ୍ର ପ୍ରଦାନ ସମୟରେ ସଙ୍ଘ ସଭାପତି ସୂର୍ଯ୍ୟ ନାରାୟଣ ବଡୁ, ସମ୍ପାଦକ କୃଷ୍ଣ ଚନ୍ଦ୍ର ପୋଲାଈ, ଉପ ସଭାପତି ଭଞ୍ଜ କିଶୋର ମହାରଣା, ସହ ସମ୍ପାଦକ ଏସ ସିମାଞ୍ଚନ ଦୋରା, କୋଷଧକ୍ଷ୍ୟ ସୁଶାନ୍ତ କୁମାର ପଟ୍ଟନାୟକ ଙ୍କ ସମେତ ସାମ୍ବାଦିକ ବିଜୟ କୁମାର ନାୟକ, ଟୁକୁନା ପ୍ରଧାନ, ଜଗବନ୍ଧୁ ସାହୁ, ଭଗବାନ ପାଢ଼ୀ, ବାପୁନି ମାଲୁ, ଗୁଲସନ କର,ପ୍ରମୁଖ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ପରିବର୍ତ୍ତନ କରିବା ପ୍ରକ୍ରିୟାକୁ ବିରୋଧ କରିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ବାବା ଶ୍ରୀ ଦଣ୍ଡିଶ୍ୱର ସାମ୍ବାଦିକ ସଂଘ। ଏ ନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ କୋଦଳା ଅତିରିକ୍ତ ତହସିଲଦାର ରବି ନାରାୟଣ ସେଠୀ ଓ ବେଗୁନିଆପଡ଼ା ବିଡ଼ିଓ ସୁନୀଲ ସାମନ୍ତଙ୍କ ଜରିଆରେ ଏକ ଦାବୀପତ୍ର ସଂଘ ପକ୍ଷରୁ ପ୍ରଦାନ କରାଯାଇଛି।ସଂଘ ପକ୍ଷରୁ କୁହାଯାଇଛି ଯେ, କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପ୍ରଚଳିତ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାର ନିଜସ୍ବ ସୁବିଧା ରହିଛି। ଏହି ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନା ସହ ପରିବର୍ତ୍ତିତ କରାଯିବା ନେଇ ଖବର ପ୍ରକାଶ ପାଇବା ପରେ ସାମ୍ବାଦିକ ମହଲରେ ଅସନ୍ତୋଷ ଦେଖାଦେଇଛି।ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ସ୍ବତନ୍ତ୍ର ଭାବେ ଜାରି ରଖିବା ସହିତ ଏଥିରେ ଖବରଦାତାଙ୍କ ମାତା,ପିତାଙ୍କୁ ମଧ୍ୟ ସାମିଲ କରାଯାଉ ବୋଲି ବେଗୁନିଆପଡ଼ା ଅଞ୍ଚଳର ସାମ୍ବାଦିକ ମାନେ ଦାବି କରିଛନ୍ତି। ଏହାସହ ଦାବିଗୁଡ଼ିକ ପୂରଣ ନ ହେଲେ ଆଗାମୀ ଦିନରେ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଦାବିପତ୍ର ପ୍ରଦାନ ସମୟରେ ସଙ୍ଘ ସଭାପତି ସୂର୍ଯ୍ୟ ନାରାୟଣ ବଡୁ, ସମ୍ପାଦକ କୃଷ୍ଣ ଚନ୍ଦ୍ର ପୋଲାଈ, ଉପ ସଭାପତି ଭଞ୍ଜ କିଶୋର ମହାରଣା, ସହ ସମ୍ପାଦକ ଏସ ସିମାଞ୍ଚନ ଦୋରା, କୋଷଧକ୍ଷ୍ୟ ସୁଶାନ୍ତ କୁମାର ପଟ୍ଟନାୟକ ଙ୍କ ସମେତ ସାମ୍ବାଦିକ ବିଜୟ କୁମାର ନାୟକ, ଟୁକୁନା ପ୍ରଧାନ, ଜଗବନ୍ଧୁ ସାହୁ, ଭଗବାନ ପାଢ଼ୀ, ବାପୁନି ମାଲୁ, ଗୁଲସନ କର,ପ୍ରମୁଖ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.