ବୌଦ୍ଧ ହେବ କୁଷ୍ଠ ରୋଗ ମୁକ୍ତ ଜିଲ୍ଲା ।

0 191

ବୌଦ୍ଧ, ୧୩/୦୮ : ବୌଦ୍ଧ ଜିଲ୍ଲାକୁ କୁଷ୍ଠ ରୋଗ ମୁକ୍ତ ଜିଲ୍ଲା କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି ।ଏଥିପାଇଁ ଜିଲ୍ଳା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ
ସମ୍ମିଳନୀ କକ୍ଷରେ ଏକ ସମ୍ମନ୍ବୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ମୁଖ୍ଯ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହେନ୍ଦ୍ର କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଏଠାରେ ଉପସ୍ଥିତ ଥିଲେ। ଏହି ଅଭିଯାନ ଆସନ୍ତା ୧୭ ରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ପରିଚାଳିତ ହେବ। ଏହି କାର୍ଯକ୍ରମ ରେ ୬୬୬ ଆଶା ଓ ୯୧ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ନିୟୋଯିତ କରାଯାଇଛି।ଏହି ଆଶା ଓ ସ୍ବାସ୍ଥ୍ୟକର୍ମୀ ମାନେ ଘରକୁ ଘର ବୁଲି ସନ୍ଦିଗ୍ଧ ରୋଗୀଙ୍କୁ ଚିହ୍ନଟ କରିବେ ଓ ସନ୍ଦିଗ୍ଧମାନଙ୍କୁ ପରବର୍ତୀ ୭୨ ଘଣ୍ଟା ମଧ୍ଯରେ ପରୀକ୍ଷା କରାଯିବ। ଏହା ସହିତ ପ୍ରତ୍ୟେକ ବିଦ୍ୟାଳୟରେ ଛାତ୍ର ଛାତ୍ରୀମାନଙ୍କୁ କୁଷ୍ଠ ପରୀକ୍ଷଣ କରାଯିବ। ଏହି କାର୍ଯକ୍ରମରେ ସମସ୍ତ ଜିଲ୍ଲାବାସୀଙ୍କୁ ସହଯୋଗ କରିବା ପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି।

 

Leave A Reply

Your email address will not be published.