କନ୍ୟାରୀବାଡିରେ ବେସାହାରା ହୋଇଗଲେ ଚାରି କୁନି ଛୁଆ , ସାହାଯ୍ୟର ହାତ ବଢ଼େଇବା ପାଇଁ ନିବେଦନ ।

0 52

ବେଗୁନିଆପଡ଼ା ,୧୧/୦୮(ପିପିଟି ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ବୁରୁଝରି ପଞ୍ଚାୟତ କନ୍ୟାରିବାଡି ଗ୍ରାମରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଘଟଣା ।ବେସାହାରା ହୋଇଗଲେ ଚାରି କୁନି ଛୁଆ । ୨୦୨୫ ମସିହାରେ ସେମାନଙ୍କ ବାପା ବାହନ ଡାକୁଆ (୪୦) ଙ୍କ ଦେହାନ୍ତ ହୋଇଥିଲା । ଦୁଃଖ କଷ୍ଟରେ ମା ସୁକାନ୍ତି ୪ ସନ୍ତାନକୁ ନେଇ ଯେନେତେନେ ପ୍ରକାରେ ଚଳି ଆସୁଥିଲେ । ବିଧିର ବିଧାନ କେତେ ଦାରୁଣ । ଗତ ୭ ତାରିଖ ଦିନ ତାଙ୍କ ମା ସୁକାନ୍ତି ଡାକୁଆ (୩୬)ଙ୍କ ଦେହାନ୍ତ ହୋଇଯାଇଛି । ଘରେ ୭୫ ବର୍ଷୀୟ ବୁଢ଼ୀ ମା। । ଏବେ କୁନି କୁନି ଚାରି ଛୁଆଙ୍କ ସାହାରା ହେବ କିଏ ? ଚାରି ଛୁଆଙ୍କ ମଧ୍ୟରେ ୩ ଝିଅ ୧ ପୁଅ । ଘରେ ଟଙ୍କା ପଇସା ବୋଲି କିଛି ନାହିଁ । ଚାରି ଛୁଆଙ୍କ ମଧ୍ୟରୁ ବଡ ଝିଅ ପୂଜା ର ବୟସ ହେଉଛି ୧୫ । ସେ ଦଶମ ଶ୍ରେଣୀରେ ପଢୁଛି । ମଝିଆ ଝିଅ ଲିଜା ବୟସ (୧୩) ସେ ଅଷ୍ଟମ ଶ୍ରେଣୀରେ ପଢୁଛି । ସାନ ଝିଅ ରାତ୍ରୀ ବୟସ (୧୦) ସେ ପଞ୍ଚମ ଶ୍ରେଣୀରେ ପଢୁଛି । ସବା ସାନ ହେଉଛି ପୁଅ ଭାଗବତ ଯାହାର ବୟସ ମାତ୍ର ୨ ବର୍ଷ । ଏଭଳି ଦୁଃଖଦ ଘଟଣା ଯିଏ ଶୁଣୁଛି ତା ଆଖରୁ ଲୁହ ଝରି ପଡ଼ୁଛି । ବର୍ତ୍ତମାନ ଅଜା ଆଇ ଏହି ଛୁଆ ମାନଙ୍କର ଦାୟୀତ୍ବ ନେଉଛନ୍ତି । ସେମାନଙ୍କ ଆର୍ଥିକ ପରିସ୍ଥିତି ମଧ୍ଯ ସ୍ୱଚ୍ଛଳ ନାହିଁ । ଗୋଟିଏ ପଟେ ଚାରି ଛୁଆଙ୍କ ଚଳିବା ପାଇଁ ଟଙ୍କାର ଆବଶ୍ୟକତା ଥିବା ବେଳେ ସେପଟେ ମାଆ ର ଶୁଦ୍ଧିକ୍ରିୟା କରିବା ପାଇଁ ଟଙ୍କା ନାହିଁ । ଏନେଇ ପ୍ରଶାସନ ଏବଂ ବଦାନ୍ୟ ବ୍ୟକ୍ତି ବିଶେଷଙ୍କୁ ସାହାଯ୍ୟର ହାତ ବଢ଼େଇବା ଗ୍ରାମବାସୀ ମାନେ ନିବେଦନ କରିଛନ୍ତି ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.