ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସହ ବିଧାୟକ ମାନଙ୍କ ବୈଠକ ।

0 0

ଭୁବନେଶ୍ୱର,୧୦/୦୮(ପିପିଟି):ଖରିଫ ଋତୁ ୨୦୨୬-୨୭ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟାରେ ସମସ୍ତ ଯୋଗ୍ୟ ଚାଷୀ ସାମିଲ ହେବା ନିମନ୍ତେ ସରକାର ବିଶେଷ ଧ୍ୟାନ ଦେଇଛନ୍ତି । ଏଥିନିମନ୍ତେ ଜାରି ପଞ୍ଜିକରଣ ପ୍ରକ୍ରିୟାରେ ଚାଷୀ ମାନେ ସହଜରେ ସାମିଲ ହୋଇପାରିବେ ଏହା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି । ଏଥିରେ ପଶ୍ଚିମ ଓଡିଶା ତଥା ସମ୍ବଲପୁର,ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ମାନ୍ୟବର ବିଧାୟକ ମାନେ ଯୋଗ ଦେଇଥିଲେ ।

ଖରିଫ ଋତୁରେ ଧାନ ବିକ୍ରୟକୁ ନେଇ ପଞ୍ଜିକରଣ ଉପରେ ଚାଷୀ ମାନଙ୍କ ମଧ୍ୟରେ ଥିବା ସଂଶୟ ସମ୍ପର୍କରେ ବିଧାୟକ ମାନେ ଆଲୋଚନା କରିଥିଲେ । ବିଶେଷ କରି ଆଗ୍ରିଷ୍ଟାକ ପଞ୍ଜିକରଣକୁ ନେଇ ଚାଷୀ ମାନେ କୌଣସି ଦ୍ୱନ୍ଦ୍ୱରେ ନରହିବାକୁ ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି । ପରେ ସାମ୍ବାଦିକ ସହ କଥାବାର୍ତ୍ତା ବେଳେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ଆଗ୍ରିଷ୍ଟାକ ବାଧ୍ୟତାମୂଳକ ନୁହେଁ । ଏହାଦ୍ୱାରା କୋୖଣସି ଚାଷୀ ପଞ୍ଜିକରଣରୁ ବାଦ ପଡିବେ ନାହିଁ । ସମସ୍ତ କୃଷକ ମାନଙ୍କର ପଞ୍ଜିକରଣ କରାଯିବା ସହ ଚାଷୀ ମାନଙ୍କୁ ଟୋକନ ମିଳିବ । କୃଷକ ମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର କାର୍ଯ୍ୟ କରୁଥିବା ମନ୍ତ୍ରୀ କହିଛନ୍ତି ।

ଭାଗ ଚାଷୀ ମାନଙ୍କ କ୍ଷେତ୍ରରେ ଜମି ମାଲିକଙ୍କ ସମ୍ମତି ଆବଶ୍ୟକ ଥିବା ବେଳେ ଦୂରରେ ରହୁଥିବା ଜମି ମାଲିକ ମାନେ ସ୍ୱତନ୍ତ୍ର ଆପ ମାଧ୍ୟମରେ ସେମାନଙ୍କ ସମ୍ମତି ପ୍ରଦାନ କରି ପାରିବେ ବୋଲି ଶ୍ରୀ ପାତ୍ର କହିଛନ୍ତି ।ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଚାଷୀ ମାନେ ପଞ୍ଜିକରଣ କରିପାରିବେ ବୋଲି ସେ କହିଛନ୍ତି।

Leave A Reply

Your email address will not be published.