ଯାଜପୁର : ଖରେସ୍ରୋତା, ତନ୍ତୀଘାଇ, ବ୍ରାହ୍ମଣୀ ନଦୀ ରେ ବନ୍ୟା ଆସିବା ଫଳରେ ବରୀ ନିର୍ବାଚନ ମଣ୍ଡଳୀର ବହୁ ପଞ୍ଚାୟତ ଗୁଡିକ ବନ୍ୟା ଘେରରେ ରହିଥିଲା। ଫଳରେ ଲୋକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅଭିଆରା ଫାଉଣ୍ଡେସନ ମୁମ୍ବାଇ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ବରୀ ନିର୍ବାଚନମଣ୍ଡଳୀର ଭଅଁରା, ରାଇପୁର, ପୋଡ଼ପଡା, ମହମ୍ମଦଜମାପୁର, ମାଳଦା, ଆନନ୍ଦପୁର ସମେତ ବହୁ ସ୍ଥାନରେ ବନ୍ୟା ବିପନ୍ନଙ୍କ ସହିତ ଅସହାୟ ଲୋକଙ୍କୁ ଫାଉଣ୍ଡେସନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରଭାତ କୁମାର ମହାନ୍ତି, ସାମାଜିକ କର୍ମୀ ବିଶ୍ୱଭୂଷଣ ଜେନା, ବ୍ରଜକିଶୋର ସାହୁ, ନରେନ୍ଦ୍ର ସାହୁ, ଫାଉଣ୍ଡେସନ୍ର ପ୍ରତିଷ୍ଠାତା ଅଭିମନ୍ୟୁ ମଲ୍ଲିକ, ଦିଲ୍ଲୀପ କୁମାର ଦାସଙ୍କ ସମେତ ଫାଉଣ୍ଡେସନ କର୍ମକର୍ତ୍ତା ସହଯୋଗ କରିଥିଲେ ।