ବାଲିମେଳା ଡିଗ୍ରୀ କଲେଜରେ ବାଣିଜ୍ୟ ଦିବସ ଓ କ୍ୟାରିୟର କାଉନ୍ସେଲିଂ ।

0 0

​ମାଲକାନାଗିରି,୦୫/୦୮(ପିପିଟି): ବାଲିମେଳା ଡିଗ୍ରୀ କଲେଜ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ବାଣିଜ୍ୟ ବିଭାଗ ପକ୍ଷରୁ ଆନ୍ତର୍ଜାତୀୟ ବାଣିଜ୍ୟ ଦିବସ ପାଳନ ସହ ଏକ କ୍ୟାରିୟର କାଉନ୍ସେଲିଂ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
​କାର୍ଯ୍ୟକ୍ରମକୁ ବାଣିଜ୍ୟ ବିଭାଗର ଅଧ୍ୟାପକ ସୁଦର୍ଶନ ବାଟେ ପରିଚାଳନା କରିଥିବା ବେଳେ କଲେଜର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମାଝୀ ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ନିଜ ବକ୍ତବ୍ୟରେ ବାଣିଜ୍ୟ ଶିକ୍ଷାର ଗୁରୁତ୍ୱ ଏବଂ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ଏହାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।

​ବାଣିଜ୍ୟ ବିଭାଗ ମୁଖ୍ୟ ସପନ କୁମାର କାମ୍ପ “Connecting Markets and Empowering Global Growth” ବିଷୟବସ୍ତୁ ଉପରେ ଏକ ଆକର୍ଷଣୀୟ ପାୱାର ପଏଣ୍ଟ ଉପସ୍ଥାପନା କରି ବିଶ୍ୱ ବାଣିଜ୍ୟ, ଡିଜିଟାଲ ବଜାର ବ୍ୟବସ୍ଥା ଓ ଅର୍ଥନୈତିକ ବିକାଶରେ ବାଣିଜ୍ୟର ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରି ଥିଲେ।​ଅନ୍ୟମାନଙ୍କ ମଧ୍ୟରେ ଇତିହାସ ବିଭାଗର ଅଧ୍ୟାପକ ସୁନୀଲ ପୂଜାରୀ ପାରମ୍ପରିକ ଓ ଆଧୁନିକ ବଜାରର ପରିବର୍ତ୍ତନଶୀଳ ରୂପ ଏବଂ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ପୁରୁଷୋତ୍ତମ ସମରଥ ବଜାର ସହ ଆର୍ଥିକ ଓ ରାଜନୈତିକ ସମ୍ପର୍କର ଗୁରୁତ୍ୱ ବ୍ୟାଖ୍ୟା କରିଥିଲେ। ସେହିପରି ଇଂରାଜୀ ବିଭାଗର ଅଧ୍ୟାପକ ସୁରଜ କୁମାର ଜେନା ବିଶ୍ୱ ବାଣିଜ୍ୟରେ ଭାଷା ଦକ୍ଷତାର ଆବଶ୍ୟକତା ସମ୍ପର୍କରେ ବୁଝାଇଥିବା ବେଳେ ଓଡ଼ିଆ ବିଭାଗର ଅଧ୍ୟାପକ ମନୋରଞ୍ଜନ ଖମାରୀ ଯୋଗାଯୋଗ କ୍ଷେତ୍ରରେ ମାତୃଭାଷାର ଭୂମିକା ଉପରେ ମତବ୍ୟକ୍ତ କରିଥିଲେ।

​ଛାତ୍ର ଭଗବାନ ଖିଲ ବାଣିଜ୍ୟ ଶିକ୍ଷା ପରେ ଉପଲବ୍ଧ ବିଭିନ୍ନ କ୍ୟାରିୟର ସୁଯୋଗ ସମ୍ପର୍କରେ ନିଜର ଅନୁଭୂତି ପ୍ରକାଶ କରିଥିଲେ। ପରିଶେଷରେ ଅଧ୍ୟାପକ ସୁଦର୍ଶନ ବାଟେ ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନା଼ୟକ)

Leave A Reply

Your email address will not be published.