ସୁବର୍ଣ୍ଣପୁର,୦୩/୦୮(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ ର ପ୍ରତିଷ୍ଠାତା, ବିଶିଷ୍ଟ ବ୍ୟବସାୟୀ ତଥା ବୁର୍ଲା ବଡ଼ ଡାକ୍ତରଖାନାରେ ଅବସରପ୍ରାପ୍ତ ବରିଷ୍ଠ କିରାଣୀ ପ୍ରଶନ୍ନ ତ୍ରିପାଠୀଙ୍କ ଦେହାନ୍ତ ଘଟିଛି । ଏ ଖବର ପ୍ରସାରିତ ହେବା ପରେ ସୋନପୁର ଉଲୁଣ୍ଡା ବୀରମହାରାଜପୁର ତ୍ରୀପାଠି ପରିବାର ଆତ୍ମୀୟ ସ୍ଵଜନଙ୍କ ସମେତ ଏ ସମସ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଶ୍ରୀ ତ୍ରୀପାଠି ଜଣେ ଶାନ୍ତ ସରଳ ମେଳାପୀ ଓ ଅମାୟିକ ବ୍ୟକ୍ତିତ୍ୱ ଥିବା ବେଳେ ଜଣେ ଜଣାଶୁଣା ଔଷଧ ବ୍ୟବସାୟୀ ଥିଲେ । ବୀରମହାରାଜପୁର ରେ ବରିଷ୍ଠ ନାଗରିକ ସଂଗଠନ ପ୍ରତିଷ୍ଠା ରେ ତାଙ୍କ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଥିଲା । ଶ୍ରୀ ତ୍ରୀପାଠୀ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ କିଛି ବର୍ଷ ବୁର୍ଲା ମେଡିକାଲରେ କିରାଣୀ ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । ଆଜି ଶ୍ରୀ ତ୍ରୀପାଠୀଙ୍କୁ ହରାଇ ବୀରମହାରାଜପୁର ଓ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଥିବା ବେଳେ ଜିଲ୍ଲା ବିଜେପି ସଭାପତି ବେଣୁଧର ଦାଶ, ଆରଏସଏସ ଏ ପ୍ରାନ୍ତ ସହ ପ୍ରଚାର ପ୍ରମୂଖ ପ୍ରବଣ କୁମାର ନାଏକ, ବିଜେପି ନାରୀ ନେତ୍ରୀ ନଳିନୀ ପଣ୍ତା, ସମାଜ ସେବୀ ରବୀନ୍ଦ୍ର ନାଥ ପଣ୍ଡା, ଦାମ ମିଶ୍ର, ରମାକାନ୍ତ ପୁରୋହିତ, ସତ୍ୟବ୍ରତ ମିଶ୍ର, ସରକାରୀ ଏ ପି ପି ନବ କୁମାର ତ୍ରିପାଠୀ, ଆଇନଜୀବୀ ସୁରେନ୍ଦ୍ର ତ୍ରିପାଠୀ, ସୋନପୁର ର ବିଶିଷ୍ଟ ଵ୍ୟଵସାୟୀ ଚମରା ରାମ ତ୍ରିପାଠୀ, ଉଲୁଣ୍ଡା ର ଵିଶିଷ୍ଟ ବ୍ୟକ୍ତି ହିମାଂଶୁ ଶେଖର ତ୍ରିପାଠୀ , ସୋନପୁର ର ଵିଶିଷ୍ଟ ଵ୍ୟଵସାୟୀ ନିରଞ୍ଜନ ତ୍ରିପାଠୀ, ସୋନପୁର କୋର୍ଟ ର ସରକାରୀ ଓକିଲ ନନ୍ଦ କିଶୋର ତ୍ରିପାଠୀ, ସୋନପୁର ର ବରିଷ୍ଠ ସାମ୍ବାଦିକ ତଥା ସମାଜ ସେବୀ ମନୋରଞ୍ଜନ ତ୍ରିପାଠୀ ଅଶ୍ୱିନୀ କୁମାର ତ୍ରିପାଠୀ , ସ୍ୱୟଂ ସେବକ ରାଜେଶ କୁମାର ସିଂହ, ହୃଷିକେଶ ସାହୁ, ଧୂମକେତୁ ମେହେର, ଅଵସର ପ୍ରାପ୍ତ ହାଇସ୍କୁଲ ଶିକ୍ଷକ ଭୂଷଣ ପାତ୍ର ଙ୍କ ସମେତ ସୋନପୁର ଉଲୁଣ୍ଡା ବୀର ମହାରାଜ ପୁର ଅଞ୍ଚଳ ର ବହୁ ବିଶିଷ୍ଟ ବ୍ୟକ୍ତି, ବରିଷ୍ଠ ନାଗରିକ ସଂଘ କର୍ମକର୍ତ୍ତା, ଆଇନଜୀବୀ, ସାମ୍ୱାଦିକ , ସମାଜ ସେବୀ, ବୁଦ୍ଧିଜୀବି, ରାଜନେତା ଓ ସ୍ୱୟଂ ସେବକ ସଂଘ କର୍ମକର୍ତ୍ତା ସ୍ଵର୍ଗୀୟ ଶ୍ରୀ ତ୍ରୀପାଠି ଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଓ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ l ଏ ଦୁଃଖଦ ଖବର ପାଇବା ପରେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ଓ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଗଭୀର ଦୁଃଖ ପ୍ରକାଶ କରିବା ସହିତ ପରିବାରକୁ ସମବେଦନା ଜଣାଇଥିଲେ ।
ରିପୋର୍ଟ -ଶାନ୍ତୁନୁ କୁମାର କର୍ଣ୍ଣ