ଏକ ଦିବସୀୟ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ।

0 0

ଜଟଣୀ,୦୨/୦୮: ଜଟଣୀ ବ୍ଲକ ଅନ୍ତର୍ଗତ ବେଣାପଞ୍ଜରୀ ଗ୍ରାମଠାରେ ଇଲେଭେନ୍ ଷ୍ଟାର୍ ଫୁଟବଲ୍ କ୍ଲବ୍ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବେଣାପଞ୍ଜରୀ ସିନିୟର, ଜୁନିଅର୍, ପୋଡପଡା, ଜଟଣୀ, ସରଧାପୂର୍, ତରତୁଆ, ପାଇକତିଗିରିଆ ଓ ଗୋଠବଣିଆ ର ଆଠଟି ଦଳ ଅଂଶ ଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ୍ ଗୋଠବଣିଆ ଏବଂ ଶରଧାପୂର୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ସମୟ ସୀମା ମଧ୍ୟରେ ଖେଳ ଅମୀମାଂସିତ ରହିଥିଲା। ଫଳରେ ଟ୍ରାଇବ୍ରେକର ପଦ୍ଧତି ଆପଣା ଯାଇଥିଲା। ଯେଉଁଥିରେ ୩-୧ ଗୋଲରେ ଗୋଠବଣିଆକୁ ହରାଇ ସରଧାପୁର ଚମ୍ପିଆନ୍ ହୋଇଥିଲା। ଏଥିରେ ଆୟୋଜକ କ୍ଲବ୍ ପକ୍ଷରୁ ରନର୍ସ୍ ଅପ୍ ଦଳକୁ ୧୫ସହ ଟଙ୍କା ଓ ଟ୍ରଫି ଏବଂ ଚମ୍ପିଆନ୍ ଦଳକୁ ୨୫ସହ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା।ଏହୀ ଟୁର୍ଣ୍ଣାମେଣ୍ଟକୁ ରେଫେରି ମନୋରଞ୍ଜନ ଖୁଣ୍ଟିଆ,ସଞ୍ଜୟ ନାୟକ,ସୁଶାନ୍ତ ମିଶ୍ର ଓ ରବି ନାରାୟଣ ରଣା ପରିଚାଳନା କରିଥିବାବେଳେ ଇଲେଭେନ ଷ୍ଟାର୍ କ୍ଲବର ସେରାଜ୍ ଖାନ୍, ଶେଖ୍ ଆରିଫ, ମହମ୍ମଦ ଶାବାନ, ଅନୁୱର ଖାନ୍, ଶେଖ୍ ଆସିଫ, ମହମ୍ମଦ କୟୀମ ପ୍ରମୁଖ ସଂଯୋଜନା କରିଥିଲେ।

Leave A Reply

Your email address will not be published.