ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠିତ ।

0 0

ବେଲଗୁଣ୍ଠା,୨୮/୦୭(ପିପିଟି ):ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବେଲଗୁଣ୍ଠା ସ୍ଥିତ ନୋଡାଲ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟର ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠିତ ହୋଇଯାଇଛି। ନୂତନ ବିଦ୍ୟାଳୟ ପରିଚାଳନା କମିଟିରେ ସଭାପତି ରୂପେ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ମନୋନୀତ କରାଯାଇଥିବା ବେଳେ ଉପସଭାପତି ରୂପେ ରଶ୍ମିତା ପୃଷ୍ଟିଙ୍କୁ ମନୋନୀତ କରାଯାଇଛି। ସେହିପରି କମିଟିର ପୁରୁଷ ସଦସ୍ୟ ଭାବେ ମୁନା ପାତ୍ର,ଜଗନ୍ନାଥ ନାଇକ,କୁମରେଶ୍ୱର ପରିଡ଼ା,ଶଙ୍କର ବେହେରା,ପୂର୍ଣ୍ଣ ଚନ୍ଦ୍ର ମନ୍ଦାର,ସତ୍ୟ ନାରାୟଣ ଦାସ,ଚିନ୍ମୟ କୁମାର ପତି,ପ୍ରଶାନ୍ତ କୁମାର ପରିଚ୍ଛାଙ୍କୁ ଚୟନ କରାଯାଇଥିବା ବେଳେ ମହିଳା ସଦସ୍ୟା ଭାବେ ଲଳିତା ପାତ୍ର,ଝରଣା ଗୌଡ଼,ହରପ୍ରିୟା ବିଶ୍ଵାଳ, ରୁବି ମନ୍ଦାର,ବିଶ୍ୱଜନି ବେହେରା,ରିନା ପାଳ, ପୁଷ୍ପାଞ୍ଜଳି ମିଶ୍ର,ନମିତା ଜେନା,ସୁଜାତା ଆପଟଙ୍କୁ ଚୟନ କରାଯାଇଥିଲା। ଏହା ସହିତ ଏଥିରେ ଷ୍ଟାଣ୍ଡିଂ କମିଟି ସଦସ୍ୟ ଭାବେ କାଉନସିଲର ପ୍ରଦୀପ ସେଠୀ,ଅଙ୍ଗନୱାଡ଼ି କର୍ମୀ ଝୁନୁବାଳା ମହାନ୍ତି,ଆଶା କର୍ମୀ ସୁଷମା ସେଠୀ,ପୁରାତନ ଛାତ୍ର ବ୍ରଜ କିଶୋର ମହାରଣା,ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦୀପା ସ୍ୱାଇଁ ଏବଂ ବରିଷ୍ଠ ଶିକ୍ଷକ ସୁନାକ୍ଷୀ ଦିଗାଲ ସ୍ଥାନ ପାଇଛନ୍ତି। ସେହିପରି ବିଦ୍ୟାଳୟ ନିର୍ମାଣ କମିଟି ଏବଂ ବିଦ୍ୟାଳୟ ଶିକ୍ଷା କମିଟି ଗଠିତ ହୋଇଥିବା ବେଳେ ଏହି ଦୁଇଟି କମିଟିରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ମହାପାତ୍ର, ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ୱାଇଁ,ବରିଷ୍ଠ ଶିକ୍ଷକ ଦିଗାଲ ବୈଷୟିକ ପରାମର୍ଶ ଦାତା ରୂପେ ହୃଦାନନ୍ଦ ମାଝୀ, ସ୍ଥାନୀୟ ସିଆରସିସି ମନୋଜ କୁମାର ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କର୍ତ୍ତିକେଶ୍ୱର ନାୟକ ଏବଂ ତନରଡ଼ା ଆର୍ଯ୍ୟକନ୍ୟା ଗୁରୁକୂଳର ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ସେଠୀ ସ୍ଥାନ ପାଇଛନ୍ତି। ଏହି ବୈଠକରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦିପା ସ୍ୱାଇଁ ସଭାପତିତ୍ବ କରିଥିବା ବେଳେ ବୈଠକକୁ ସିଆରସିସି ମନୋଜ କୁମାର ପଟ୍ଟନାୟକ ସଂଯୋଜନା କରିଥିଲେ।

ରିପୋର୍ଟ -ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.