ପୂର୍ବତନ ମନ୍ତ୍ରୀ କଳ୍ପତରୁ ଦାସଙ୍କ ୧୧ତମ ଶ୍ରାଦ୍ଧବାର୍ଷିକ ପାଳିତ।

0 202

ଯାଜପୁର,୨୫/୦୭(ପିପିଟି ):ଧର୍ମଶାଳା ବ୍ଲକ ନେଉଳପୁର ପଞ୍ଚାୟତ ଧର୍ମଶାଳା ଭବନ ପରିସରରେ ସ୍ବର୍ଗତ କଳ୍ପତରୁ ଦାସଙ୍କ ୧୧ତମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଧର୍ମଶାଳା ବ୍ଲକ ବିଜେଡି ସଭାପତି ପ୍ରସନ୍ନ କୁମାର ରାଉତ ସଭାପତିତ୍ୱ କରିଥିଲେ। ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଯାଜପୁର ବିଧାୟିକା ସୁଜାତା ସାହୁ, ବରୀ ବିଧାୟକ ବିଶ୍ୱରଂଜନ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ତଥା ସୁକିନ୍ଦାର ପୂର୍ବତନ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡେଇ,ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ , ବିଜେଡି ନେତା କ୍ୟାପଟେନ ରାଜନାରାୟଣ ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ବରିଷ୍ଠ ବିଜେଡି ନେତା ସନ୍ତୋଷ ଜେନା, ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ଦାସଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦ୍ବୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳି ସଭାକୁ ଉଦ୍‌ଘାଟନ କରିଥିଲେ । ନିଜର ଶୁଦ୍ଧଚିତ୍ତ ଓ ସଂକଳ୍ପ ବଳରେ ଅନୁନ୍ନତ ଧର୍ମଶାଳାକୁ ବିକାଶର ଶୀର୍ଷରେ ପହଁଛି ପାରିଛି ଓ ଦରିଦ୍ରଙ୍କ ବନ୍ଧୁ କଳ୍ପତରୁ ଥିଲେ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ବରିଷ୍ଠ ବିଜେଡି ନେତା ଉତ୍କଳମଣି ଦାସ, ଦୁଃଶାସନ ସାହୁ, ଅମରେନ୍ଦ୍ର ରାୟ, ରାଜକିଶୋର ମହାନ୍ତି, ସୁରେନ୍ଦ୍ର ପଣ୍ଡା, ପ୍ରମୁଖ ଯୋଗଦେଇ ସ୍ବର୍ଗତ ଦାସଙ୍କ ସ୍ମୃତିଚାରଣ କରିଥିଲେ। ଏହି ଶୁଦ୍ଧାଞ୍ଜଳି ସଭାରେ ଶହ ଶହ କଳ୍ପତରୁ ପ୍ରେମୀ ଯୋଗ ଦେଇଥିଲେ । ଶେଷରେ ବରିଷ୍ଠ ବିଜେଡି ନେତା ଉତ୍ତମ କୁମାର ଦାସ ଧନ୍ୟବାଦ ଦେଇଥିଲେ। ତାଙ୍କ ସାନ ପୁଅ ତଥା ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।

Leave A Reply

Your email address will not be published.