ଟ୍ରକ୍ ଓ ହାଇୱା ଧକ୍କାରେ ଜଣେ ମୃତ ତିନି ଗୁରୁତର ।

0 0

ଅନୁଗୋଳ,୧୧/୦୭:ସମଲ ଥାନା ଅଧୀନ ୧୪୯ ନମ୍ବର ଜାତୀୟ ରାଜପଥର ଶରଧାପୁରୁ ନିକଟରେ ଟ୍ରକ୍- ହାଇଓ୍ବା ମୁହାଁମୁହିଁ ଧକ୍କା । ଧକ୍କା ଏତେ ଜୋରଦାର ଥିଲା ଯେ ଗୋଟିଏ ଟ୍ରକ୍‌ରେ ସଙ୍ଗେସଙ୍ଗେ ନିଆଁ ଲାଗିଯାଇଥିଲା ଏବଂ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ଦୁର୍ଘଟଣାରେ ଜଣେ ଝାଡ଼ଖଣ୍ଡ ର ଡ୍ରାଇଭରଙ୍କର ମୃତ୍ୟୁ ଘଟି ଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇ ତାଳଚେର ମୁଣ୍ଡାପାଳ ଡାକ୍ତରଖାନା ଓ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।ଘଟଣା ସ୍ଥଳରେ ସମଲ ପୁଲିସ ଓ କଣିହାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Leave A Reply

Your email address will not be published.