ବୋଲଗଡ,୦୭/୦୭(ପିପିଟି) ସ୍ମାର୍ଟ ହେବେ ଛାତ୍ରଛାତ୍ରୀ । ଗୁଣାତ୍ମକ ଶିକ୍ଷା ଦେବା ଉଦ୍ଦେଶ୍ୟରେ ବିଦ୍ୟାଳୟ ଭିଭିଭୂମି ଯଥା ଶ୍ରେଣୀଗୃହ, ଖେଳପଡ଼ିଆ, ରୋଷଘର ନିର୍ମାଣ କରିବାକୁ ସରକାର ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି । ସେହିପରି ଜାତୀୟ ଶିକ୍ଷାନୀତି ନିୟମ ଅନୁସାରେ ମାଗଣା ପାଠ୍ୟ ପୁସ୍ତକ ପ୍ରଦାନ କରାଯାଉଛି। ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି ନିମନ୍ତେ ମଧ୍ୟାହ୍ନ ଭୋଜନରେ ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯାଉଛି। ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ପିଚୁକୁଳି ଆଦର୍ଶ ବିଦ୍ୟାଳୟର ରୋଷଘର ଥିବା ସତ୍ତ୍ୱେ ତୁହାକୁ ତୁହା ବର୍ଷାରେ ଖୋଲା ଆକାଶ ତଳେ ମଧ୍ୟାହ୍ନ ଭୋଜନ ରୋଷେଇ ହେବା ବିକଳ ଦୃଶ୍ୟ ଦେଖିବାକୁ ମିଳିଛି। ୪ ବର୍ଷ ହେବ ପିଚୁକୁଳି ଠାରେ
ଆଦର୍ଶ ବିଦ୍ୟାଳୟ ଖୋଲିଛି। ଏଠାରେ ପ୍ରାୟ ୪ଶହରୁ ଊର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି। ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ରୋଷେଇ ନିମନ୍ତେ ବିଦ୍ୟାଳୟରେ ଏକ ରୋଷଘର ନିର୍ମାଣ ହୋଇଛି। କିନ୍ତୁ ଗତ ୨ ଓ ୩ ତାରିଖରେ ଲଗାଣ ବର୍ଷା ସମୟରେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ରୋଷଘ ହେବା ପରିବର୍ତ୍ତେ ଖୋଲା ଆକାଶ ତଳେ ସେ ଦେଖାଯାଇଥିଲା। ବିଦ୍ୟାଳୟ କର୍ତ୍ତୃପକ୍ଷ ତଳେ ଖୋଲା ଆକାଶ ରୋଷେଇ ସ୍ଥାନରେ ପଲିଥିନ ପାଲ ପକାଇ କାମ ସାରିଦେଇଥିବା ଜଣାପଡ଼ିଛି। ତେବେ ବିଦ୍ୟାଳୟ ଅଧ୍ଯକ୍ଷ ତାପଜ କୁମାର ଦ୍ବିବେଦୀ କହିଛନ୍ତି ଏଯାବତ୍ ବିଦ୍ୟାଳୟବ ୟକୁ ଗ୍ୟାସ ସିଲିଣ୍ଡର ୬ମାସ ହେବ ଯୋଗାଣ ହୋଇନି । ତେଣୁ କାଠ ଚୁଲାରେ ମଧ୍ୟାହ୍ନ ଭୋଜନ ରୋଷେଇ ହେଉଛି। ରୋଷଘରେ ମଧ୍ୟାହ୍ନ ଭୋଜନ ରାନ୍ଧିବା ଦ୍ବାରା ଘର ଟାଇଲ ନଷ୍ଟ ହେବା ଆଶଙ୍କା ଥିବାରୁ ପଲିଥିନ୍ ତଳେ ରୋଷେଇ ହେଉଥିବା ଅଧ୍ୟକ୍ଷ ଶ୍ରୀ ଦ୍ବିବେଦୀ କହିଛନ୍ତି। ଏଠି ପ୍ରଶ୍ନ ଉଠୁଛି ବର୍ଷା ଦିନେ ସେ ରନ୍ଧା ଯାଉଥିବା ଖାଦ୍ୟରେ ବିଷାକ୍ତ କୀଟ କି ମଶା ମାଛି ପଡ଼ି ଖାଦ୍ୟ ବିଷାକ୍ତ ହୁଏ ତେବେ କିଏ ଦାୟୀ ରହିବ ? ବର୍ଷା ଦିନେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବାହାରେ ରୋଷେଇ କରିବା କେତେ ଦୂର ଠିକ୍ ତାହା ପାଠକ ମାନେ ବିଚାର କରନ୍ତୁ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।