ଭୁବନେଶ୍ୱର,୦୫/୦୭(ପିପିଟି): ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଓଟିଇଟି ପରୀକ୍ଷା ରାଜ୍ୟର ୩୦ ଗୋଟି ଜିଲ୍ଲାରେ ଆଜି ହେଉଛି । ଏହି ପରୀକ୍ଷା ଦୁଇଟି ଅଧିବେଶନରେ ଅନୁଷ୍ଠିତ ହେଉଛି। ପ୍ରଥମ ଅଧିବେଶନ ସକାଳ ୯ ରୁ ଆରମ୍ଭ ହୋଇ ୧୧.୩୦ ରେ ଶେଷ ହୋଇଛି। ଦ୍ଵିତୀୟ ଅଧିବେଶନ ଅପରାହ୍ନ ୨ ଟାରୁ ଆରମ୍ଭହୋଇ ୪.୩୦ ରେ ଶେଷ ହେବ ।
ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ଏନ୍. ତିରୁମାଲା ନାୟକ କଟକର ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ଦେଖିବା ସହ, ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ପରୀକ୍ଷା ଦେଉଥିବା ସାଧାରଣ ପରୀକ୍ଷାର୍ଥୀ, ଭିନ୍ନକ୍ଷମ ପରୀକ୍ଷାର୍ଥୀ ଓ ସେମାନଙ୍କ ସହାୟକଙ୍କ ସହ ସେମାନଙ୍କୁ ପରୀକ୍ଷା କେନ୍ଦ୍ର ଉପଲବ୍ଧ ସୁବିଧା ବିଷୟରେ ଆଲୋଚନା କରିଥିଲେ ।
ଏଥିସହିତ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟ।ଳୟରେ ଥିବା କମାଣ୍ଡ କଣ୍ଟ୍ରୋଲ ସେଣ୍ଟର କୁ ବୁଲି ଦେଖିଥିଲେ । Live CCTV ମାଧ୍ୟମରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ପରିଷଦର ବରିଷ୍ଠ ଅଧିକାରୀମାନଙ୍କ ରାଜ୍ୟର ବିଭିନ୍ନ ପରୀକ୍ଷାକେନ୍ଦ୍ର ପରିଦର୍ଶନକୁ ଅନୁଧ୍ୟାନ କରିଥିଲେ।
ପରିଷଦର ସଭାପତି ଶ୍ରୀକାନ୍ତ ତରାଇଙ୍କ ଉପସ୍ଥିତିରେ ପରୀକ୍ଷା ପରିଚାଳନା ସମ୍ବନ୍ଧରେ, ସମସ୍ତ ୩୧୧ ପରୀକ୍ଷାକେନ୍ଦ୍ରରେ ଲାଗିଥିବା Live CCTV surveillance ଓ digi lock ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ ।ଏଥିସହିତ ଟେକ୍ନିକାଲ ଟିମ୍ ଙ୍କ ସହ ଆଲୋଚନା କରି ସଂପୂର୍ଣ୍ଣ ତଥ୍ୟ ଅବଗତ ହୋଇଥିଲେ ।
ସୁଚାରୁରୂପେ ଓ ନିର୍ବିଘ୍ନ ଭାବେ ପରିଚାଳିତ ପରୀକ୍ଷା ବ୍ୟବସ୍ଥାକୁ ଶାସନସଚିବ ପ୍ରଶଂସା କରିଥିଲେ । ପରିଷଦର ମୁଖ୍ୟ କାର୍ଯ୍ୟ।ଳୟରେ ଏହି ସମୟରେ ଉପସ୍ଥିତ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିତ୍ୟାନନ୍ଦ ବାରିକ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମନୋରଞ୍ଜନ ବାରିକଙ୍କ ସହ ମଧ୍ୟ ପରୀକ୍ଷା ପରିଚାଳନା ବିଷୟରେ ଆଲୋଚନା କରିଥିଲେ ।ଏହି ସମୟରେ ପରିଷଦର ଅନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।