ବିଧାୟକ ହିମାଂଶୁଙ୍କ ଦ୍ୱାରା ମାରାଥନ ଶିଳାନ୍ୟାସ ।

0 43

ଯାଜପୁର,୨୫/୦୬(ପିପିଟି): ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ହେବାକୁଥିବା ପ୍ରକଳ୍ପ ଗୁଡିକର ଧର୍ମଶାଳା ବିଧାୟକଙ୍କ ଦ୍ୱାରା ମାରାଥନ ଶିଳାନ୍ୟାସ କରାଯାଇଛି । ଗତ ୧୧ ତାରିଖ ଠାରୁ ଅଦ୍ୟାବଧି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିବା ବେଳେ ଆଜି କୁମାରୀ ପଂଚାୟତ ଆରଡିରାସ୍ତା ଠାରୁ ଜାମୁବଣିଆ ପର୍ଯ୍ୟନ୍ତ ୨କୋଟି ୭୩ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ହେବାକୁଥିବା ରାସ୍ତାର ପ୍ରଶସ୍ତୀ କରଣ ଓ ନବୀକରଣ ପାଇଁ ଆଜି ଶିଳନ୍ୟାସ କରାଯାଇଛି । ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଶିଳାନ୍ୟାଶ କାର୍ଯ୍ୟକ୍ରମରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାସ୍ତାର ଶିଳାନ୍ୟାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ରଜେଶ୍ୱରୀ ଭୋଳ, କାର୍ଯ୍ୟ ନିର୍ବାହୀ ଯନ୍ତୀ ଓ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ରହିଥିଲେ । ବିଧାୟକଙ୍କ ସହିତ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ସୁଚିସ୍ମିତା ସାହୁ,ଉପାଧ୍ୟକ୍ଷା ବିଶ୍ୱବିଜୟିନୀ ମିଶ୍ର,ଜିଲ୍ଲାପରିଷଦ ସଦସ୍ୟା ସ୍ମୃତିରେଖା ବେହେରା, ବିଜେପି ଜୋନ ସଭାପତି ଶିବୁଲି ଧିର, ଦେବଦତ ପଣ୍ଡା, ଜିତେନ୍ଦ୍ର ରାଉତ, ପ୍ରଭାରୀ ରାଜେଶ ପାଳ, ଅଭିଶେକ ରାଉତ, ବିଶ୍ୱଜିତ ପୃଷ୍ଟି, ଅତ୍ମାର ଅଧ୍ୟକ୍ଷ ଉପେନ୍ଦ୍ର କୁମାର କର, ଜାରକା ସରପଂଚ ସୁଦାମ ବେହେରା,ବିଜେପି ନେତା ତପନ ମାହୁନ୍ତ, ଆଲୋକ ଲେଙ୍କା ପ୍ରମୁଖ ଯୋଗଦେଇଥିଲେ । ହଜାର ହଜାର ସଂଖ୍ୟାରେ ବିଜେପି ମହିଳା ଓ ପୁରୁଷ କର୍ମୀ ସେଠାରେ ଉପସ୍ଥିତ ରହି ବିଧାୟକ ଶ୍ରୀ ସାହୁଙ୍କୁ ଏକ ଖୋଲା ଜିପରେ ବସାଇ ବାଜା, ବାଣ ସହ ଶୋଭାଯାତ୍ରାରେ ଶିଳାନ୍ୟାସ ସ୍ଥଳକୁ ପାଛୋଟି ନେଇଥିଲେ ।

Leave A Reply

Your email address will not be published.