ଧର୍ମଶାଳା ବ୍ଲକ ପ୍ରଶାସନ ପକ୍ଷରୁ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ।

0 44

ଯାଜପୁର,୨୫/୦୬(ପିପିଟି): ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜାରକାସ୍ଥିତ ଧର୍ମଶାଳା ଷ୍ଟାଡିୟମ ସଭା ଗୃହ ପରିସରରେ ବ୍ଲକ ପ୍ରଶାସନ ପକ୍ଷରୁ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଧର୍ମଶାଳା ବ୍ଲକ ଅଧ୍ୟକ୍ଷା ସୁଚିସ୍ମିତା ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରଙ୍କ ୨ ବର୍ଷ ପୁର୍ତୀ ଅବସରରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନୀୟ ଅତିଥି ଭାବେ ଧର୍ମଶାଳା ବିଡିଓ ଜ୍ୟୋତିର୍ମୟ କର ଯୋଗଦେଇ ବିବରଣୀପାଠ କରିଥିଲେ । ରସୁଲପୁର ବିଡିଓ ସତ୍ୟନନ୍ଦ ଦାସ,ଜିଲ୍ଲା ଅନୁସୁଚିତ ଜାତି ଓ ଉପଜାତି ଅଧ୍ୟକ୍ଷ ଦଶମା ଜାରିକା, ଧର୍ମଶାଳା ବ୍ଲକ ଉପାଧକ୍ଷା ବିଶ୍ୱବିଜୟିନୀ ମିଶ୍ର , ସାଂସଦଙ୍କ ପ୍ରତିନିଧି କାହ୍ନୁଚରଣ ଦାଶ ପ୍ରମୁଖ ଯୋଗଦେଇ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ସରକାରଙ୍କ ୨ ବର୍ଷ ଶାସନକାଳରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୫୪ ଗୋଟି ପଂଚାୟତର ହଜାର ହଜାର ସଂଖ୍ୟାରେ ଗରିବ ହିତାଧିକାରୀମାନଙ୍କୁ ସାମିଲ କରାଯାଇଥିବା ତଥ୍ୟ ପ୍ରଦାନ କରାଯାଇଥିଲା । ଏଥିସହ ଏହିଅବସରରେ ଆଜି ହିତାଧିକାରୀଙ୍କୁ ୨୨୦ ଗୋଟି ଅନ୍ତୋଦ୍ୱୟ ଆବାସଗୃହ, ମଧୁବାବୁ ପେନସନ ଯୋଜନାରେ ୨୭୭ଜଣ, ୩୧୪ଜଣ ଅଙ୍ଗନୱାଡି କର୍ମୀଙ୍କୁ ମୋବାଲ ଓ ହିତାଧିକାରୀଙ୍କୁ ଭତା ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀର ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ଓ ସାଧାରଣ ଲୋକେ ଯୋଗଦେଇଥିଲେ ।

Leave A Reply

Your email address will not be published.