ଜିଲ୍ଲା ସ୍ତରୀୟ ହାକାଥନ : ଓଡ଼ିଆ ପ୍ରିନିୟର – ୩.୦ ଅନୁଷ୍ଠିତ ।

0 73

ଯାଜପୁର,୨୪/୦୬(ପିପିଟି ):କୋରେଇ ବ୍ଲକସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ, ବେଗନା ପରିସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଯାଜପୁର ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ “ହାକାଥନ: ଓଡ଼ିଆ ପ୍ରିନିୟର – ୩.୦” ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ଦଶଗୋଟି ବ୍ଲକର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟରୁ ମୋଟ ୪୨ ଜଣ ଛାତ୍ରଛାତ୍ରୀମାନେ ସେମାନଙ୍କ ସହଯୋଗୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହ ବିଜ୍ଞାନ ଭିତ୍ତିକ ପ୍ରକଳ୍ପମାନ ପ୍ରଦର୍ଶନ କରିଥିଲେ । ପ୍ରାରମ୍ଭରେ ଉକ୍ତ ବିଦ୍ୟାଳୟର ଉପlଧକ୍ଷ କୁମୁଦ ରଞ୍ଜନ ବାରିକଙ୍କ ଅଧକ୍ଷତାରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟଅତିଥି ରୂପେ ନରସିଂହ ଚୌଧୁରୀ କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ମୋହନ ଚରଣ ଦାଶ, ମୁଖ୍ୟବକ୍ତାରୂପେ ଆଇ ଆଇ ଟି, ଭୁବନେଶ୍ୱରର ଅଧ୍ୟାପକ ଶକ୍ତିସ୍ୱରୂପ ପତି, ସମ୍ମାନିତ ଅତିଥିରୂପେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ କୁମାରସେନ ସେନାପତି ଏବଂ ଏ ବି ଇ ଓ, ଅଜିତ କୁମାର ଜେନା ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସlହିତ କରିବା ସହ ସାମ୍ପ୍ରତିକ ପରିସ୍ଥିତିରେ ଉପୁଜୁଥିବା ବିଭିନ୍ନ ସମସ୍ୟାର ସମାଧାନକୁ ପ୍ରଯୁକ୍ତି ବିଦ୍ୟା ଦ୍ଵାରା କିପରି ସମାଧାନ କରାଯାଇପାରିବ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ପ୍ରକଳ୍ପ ଗୁଡିକୁ ବୁଲି ଦେଖିଥିଲେ ।
ଅପରାହ୍ନରେ ଉଦଯାପନୀ ଉତ୍ସବ ପାଳନ ହୋଇଥିଲା । ଉକ୍ତ ସଭାରେ ଜିଲ୍ଲା ଶିକ୍ଷାଧିକାରୀ ମହେଶ୍ୱର ସାହୁ ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଆଲୋକ କୁମାର ବନ୍ଧ ଉପସ୍ଥିତ ରହି କୃତ୍ତି ପ୍ରତିଯୋଗୀମାନଙ୍କୁ ଟ୍ରଫି, ପ୍ରମାଣପତ୍ର ସହ ଆର୍ଥିକ ରାଶି ପ୍ରଦାନ କରିଥିଲେ । ଏହି ପ୍ରତିଯୋଗିତାରେ ଓ ଏ ଭି, ଜାମଧରର ଛାତ୍ରୀ ନଦିଆ ଆଫସିନ ଓ ନାଫିଶା ସୁଲତାନ ପ୍ରଥମ, ଓ ଏ ଭି, ଉତ୍ତରକୁଳର ଛାତ୍ରୀ ମୋନାଲିଶା ବେହେରା ଓ ଦୀପ୍ତିପ୍ରଭା ବେହେରା ଦ୍ୱତୀୟ ଏବଂ ଓ ଏ ଭି, ଜାମଧରର ଛାତ୍ରୀ ପ୍ରତୀକ୍ଷା ପାଢ଼ୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଉକ୍ତ ପ୍ରତିଯୋଗୀମାନେ ଆସନ୍ତା ମାସରେ ଆଇ ଆଇ ଟି, ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ହାକାଥନ- ୩.0 ରେ ଯାଜପୁର ଜିଲ୍ଲାରୁ ପ୍ରତିନିଧିତ୍ୱ କରିବେ । ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା ଓ ସମ୍ପାଦନ କରିବାରେ ସମ୍ପୃକ୍ତ ବିଦ୍ୟାଳୟର ଉପାଧ୍ୟକ୍ଷ ଓ ତାଙ୍କ ସହ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ତଥା କର୍ମଚାରୀମାନେ ସମ୍ପୂର୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.