କୋଦଳା,୨୧/୦୬(ପିପିଟି):ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କୋଦଳା ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ, ପରିସର ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୋଦ କୁମାର ମିଶ୍ର ପୌରୋହିତ୍ୟ କରିଥି ବା ବେଳେ ଯୋଗ ପ୍ରଶିକ୍ଷିକା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କୋଦଳା ଶାଖା ତଥା ଗଞ୍ଜାମ ର ବରିଷ୍ଠ ରାଜଯୋଗ ଶିକ୍ଷୟତ୍ରୀ ବ୍ରହ୍ମାକୁମାରୀ ବି କେ ସୁମିତ୍ରା ନିଜ ଅନୁଷ୍ଠାନ ର ସଦସ୍ୟ ଙ୍କ ସହ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ ଅଣକର୍ମଚାରି ମାନଙ୍କୁ ପ୍ରାର୍ଥନା,ଯୋଗ, ପ୍ରାଣାୟାମ, ଧ୍ୟାନ,ଶାନ୍ତି ମନ୍ତ୍ର ଆଦି ଅଭ୍ୟାସ କରାଇବା ପରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜିର କାର୍ଯ୍ୟକ୍ରମ ଫିଟ ଓଡିଶା ମିଶନ, ଜାତୀୟ ସେବା ଯୋଜନା, ଯୁବ ରେଡ଼କ୍ରସ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଓ ଆମ ଗୌରବ ଆମ କଲେଜ ର ସହଯୋଗ ରେ ଅନୁଷ୍ଠିତ ହୋଇଥିବା ବେଳେ ବହୁ ଛାତ୍ରଛାତ୍ରୀ ଆଜିର ଦିବସ ରେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ ।