ପୋଲସରା,୨୧/୦୬(ପିପିଟି) : ଆଜି ଦ୍ୱାଦଶତମ ବିଶ୍ୱ ଯୋଗ ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା କୋଦଳା କୋର୍ଟ ପରିସରରେ ତାଲୁକ ଆଇନ ସଚେତନତା ଆନୁକୂଲ୍ୟରେ ଯୋଗ ଦିବସ ପାଳିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲା ଜଜ୍ ବିଶ୍ଵ ରଞ୍ଜନ ବେହେରା, ସବ୍ ଜଜ୍ ପଣ୍ଡା ଏବଂ ଜେଏମଏଫସି ଶୋଭନ କୁମାର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ ।ଏହି ଅବସରରେ ବରିଷ୍ଠ ଓକିଲ ତଥା ଯୋଗ ଗୁରୁ ଗୌରୀହରି ବିଷୋୟୀ ପ୍ରଶିକ୍ଷକ ଭାବେ ଯୋଗଦେଇ ଯୋଗର ବିଭିନ୍ନ କଳା ଓ କୌଶଳ ଉପରେ ପ୍ରଶିକ୍ଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସରକାରୀ ଓକିଲ ବ୍ରଜବନ୍ଧୁ ଦଳବେହେରାଙ୍କ ସମେତ କୋର୍ଟର ସମସ୍ତ ଷ୍ଟାଫ୍ ଓ କର୍ମଚାରୀଗଣ ଯୋଗଦେଇଥିଲେ।
ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା