ଭାଲ୍ଲୁକୁ ଆକ୍ରମଣ କରିବା ଅଭିଯୋଗରେ ୫ ଅଭିଯୁକ୍ତ ଗିରଫ ।

0 185

ମାଲକାନଗିରି,୨୦/୦୬(ପିପିଟି):ମାଲକାନଗିରି ଜିଲ୍ଲା ମାଥିíଲି ବନାଞ୍ଚଳ ଅଧୀନସ୍ଥ ଦଇଗୁଡା ଗ୍ରାମ ନିକଟ କାଲିଆଗୁଡା ରାସ୍ତା ଉପରେ ଏକ ଭାଲ୍ଲୁ ଆହତ ଅବସ୍ଥାରେ ଥିବା ସମ୍ବନ୍ଧରେ ଖବର ପାଇ ମାଲକାନଗିରି ରାପିଡ୍ ରେସପନ୍ସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଭାଲୁଟିକୁ ଉଦ୍ଧାର କରିଥିଲା । ପରବର୍ତ୍ତୀ ସମୟରେ ଭାଲୁଟିକୁ ଚିକିତ୍ସା ନିମନ୍ତେ ମାଥିଲି ବନାଞ୍ଚଳ କାର୍ଯ୍ୟାଳୟ ପରିସରକୁ ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ମାଥିଲି ପ୍ରାଣୀ ସମ୍ପଦ ଡାକ୍ତର ଙ୍କ ଚିକିତ୍ସା ସହ ତାଙ୍କ ତତ୍ତ୍ଵାବଧାନରେ ତାହାକୁ ନିରୀକ୍ଷଣରେ ରଖାଯାଇଥିଲା । ତେବେ ଭାଲ୍ଲୁଟି ଅତ୍ୟଧିକ ଗୁରୁତର ଭାବେ ଆହତ ହୋଇଥୁବାରୁ ଚିକିତ୍ସାଧୀନ ଅବସ୍ଥାରେ ମାଥିଲି ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ମୃତୁ ମୃତ୍ୟୁବରଣ କରିଥିଲା।
ତଦନ୍ତରୁ ଜଣାପଡ଼ିଥିଲା ଯେ, ଭାଲୁଟି ରାସ୍ତା ଅତିକ୍ରମ କରୁଥିବା ସମୟରେ କିଛି ଲୋକ ତାହାକୁ ଲାଠି, ଶାବଳ ଓ ପଥର ଦ୍ବାରା ଆକ୍ରମଣ କରି ଗୁରୁତର ଭାବେ ଆହତ କରିଥିଲେ ।ଏହା ବନ୍ଯଜନ୍ତୁ (ସୁରକ୍ଷା) ଆଇନ, ୧୯୭୨ ଅନୁଯାୟୀ ଏକ ଏକ ଗୁରୁତର ଅପର ଅପରାଧ Iଘଟଣା ସମ୍ପର୍କିତ ବିଭିନ୍ନ ଭିଡିଓ ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରି ବନ ବିଭାଗ ପକ୍ଷରୁ ତଦନ୍ତ କରାଯାଇଥିଲା । ମାଲକାନଗିରି ପୋଲିସ ବିଭାଗର ସହଯୋଗରେ ଘଟଣାରେ ସମ୍ପୃକ୍ତ ୫ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଥିଲା । ସେମାନେ ହେଲେ ଦଳପତି ଗୁଡା ଗ୍ରାମ ର ଗୋବିନ୍ଦ ଗଉଡ (୨୨),ସିରାଗୁଡା ଗ୍ରାମ ର ମଣ୍ଟୁ ନାୟକ (୧୯) ,ଦଳପତି ଗୁଡା ଗ୍ରାମ ର ଧନୁର୍ଜୟ ଗଉଡ (୩୨), ଦଳପତି ଗୁଡା ଗ୍ରାମର ବସନ୍ତ ଖିଲ (୧୮) ଏବଂ ଡାଇଗୁଡା ଗ୍ରାମ ର ବିଷ୍ଣୁ ମାଝୀ (୨୨)ସେମାନଙ୍କ ବିରୁଦ୍ଧରେ ବନ୍ୟଜନ୍ତୁ (ସୁରକ୍ଷା) ଆଇନ, ୧୯୭୨ ଧାରା ବ୍ୟବସ୍ଥା ଉଲଂଘନ ଏବଂ ଏହି ଆଇନର ଧାରା ୯,୧୧,୫୧,୫୨ ଅନୁଯାୟୀ ଦଣ୍ଡନୀୟ ଅପରାଧ ଭାବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହି ୫ ଜଣ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।
ମାଲକାନଗିରି ବନ ଖଣ୍ଡ ଅଧିକାରୀ ସାଇ କିରଣ ଗଣ ମାଧ୍ୟମ ଜରିଆରେ ସାଧାରଣ ଜନତାଙ୍କୁ ଅନୁରୋଧ କରୁଛି ଯେ, ବନ୍ୟଜନ୍ତୁ ଦେଖିଲେ ସେମାନଙ୍କୁ ବିରକ୍ତ କିମ୍ବା ଆକ୍ରମଣ ନକରି ତୁରନ୍ତ ବନ ବିଭାଗ କିମ୍ବା ନିକଟସ୍ଥ ପୋଲିସକୁ ସୂଚନା ଦିଅନ୍ତୁ | ବନ୍ୟଜନ୍ତୁ ସଂରକ୍ଷଣ ଓ ସୁରକ୍ଷା ସହାବସ୍ଥାନ ପାଇଁ ସମସ୍ତଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ଡ଼ିଏଫଓ ସାଇ କିରଣ କହିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ବନ ସଂରକ୍ଷକ ମୁନସୁନ ଖେମୁଣ୍ଡୁ, ପ୍ରିୟଙ୍କା ମହୁକା ଏବଂ ମାଲକାନଗିରି ରେଞ୍ଜର ରମେଶ ଚନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.