ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନିତ ହେଲେ ଶିକ୍ଷକ କୃଷ୍ଣ ଚନ୍ଦ୍ର ଦାସ ।

0 188

ବ୍ରହ୍ମପୁର,୨୦/୦୬(ପିପିଟି):ପରିବେଶ ସୁରକ୍ଷା ଏବଂ ପ୍ରକୃତି ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗୋପାଳପୁର ନିବାସୀ ତଥା ଛତ୍ରପୁର ବ୍ଲକ ଅନ୍ତର୍ଗତ କାଳିପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କୃଷ୍ଣ ଚନ୍ଦ୍ର ଦାସଙ୍କୁ ୨୦୨୬ ବର୍ଷର “ପ୍ରକୃତି ବନ୍ଧୁ ପୁରସ୍କାର” ପ୍ରଦାନ କରାଯାଇଛି।

ଆଜି ବ୍ରହ୍ମପୁରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ବ୍ରହ୍ମପୁର ବନଖଣ୍ଡ (DFO)ଙ୍କ ଦ୍ୱାରା ଶ୍ରୀ ଦାସଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ତାଙ୍କୁ ଏକ ମାନପତ୍ର ସହିତ ୧୦,୦୦୦ ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଥିଲା।

ଶ୍ରୀ ଦାସ ଦୀର୍ଘଦିନ ଧରି ପରିବେଶ ସଚେତନତା, ବୃକ୍ଷରୋପଣ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରକୃତି ପ୍ରତି ଭଲପାଇବା ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିଆସୁଛନ୍ତି। ତାଙ୍କର ଏହି ନିଷ୍ଠାପର କାର୍ଯ୍ୟ ଓ ସମାଜ ପ୍ରତି ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଏହି ସଫଳତା ପାଇଁ ସହକର୍ମୀ, ଛାତ୍ରଛାତ୍ରୀ,ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳବାସୀ ଶ୍ରୀ ଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କର ଏହି ସମ୍ମାନ ଅଞ୍ଚଳ ପାଇଁ ଗର୍ବର ବିଷୟ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.