ଶୀତଳଷଷ୍ଠୀ ଯାତ୍ରା ପାଇଁ କୋଷାଗାରରୁ ବାହାରିଲେ ୧୦୮ ତୋଳାର ସୁନା ନାଗ ମୁର୍ତ୍ତୀ ।

0 0

ସୁବର୍ଣ୍ଣପୁର ,୧୬/୦୬(ପିପିଟି ):ଅଷ୍ଟଶମ୍ଭୁଙ୍କ ସହର ସୁବର୍ଣ୍ଣପୁର ଠାରେ ପବିତ୍ର ଶୀତଳଷଷ୍ଠୀ ଯାତ୍ରାର ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ସହର ଚଳ ଚଞ୍ଚଳ ହୋଇ ଉଠିଛି । ଆଜି ଏଥିପାଇଁ ସୁବର୍ଣ୍ଣପୁର କୋଷାଗାର ରୁ ପ୍ରଭୁ ଚନ୍ଦ୍ରଶେଖର ଙ୍କ ସ୍ଵରୁପ ୧୦୮ ଭରି ର ସୁନା ନାଗ ମୂର୍ତ୍ତି ବାହାର କରାଯାଇ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଥନାପତି ପଡା ସ୍ଥିତ ଚନ୍ଦ୍ରଶେଖର ମନ୍ଦିର ରେ ପହଞ୍ଚିଛନ୍ତି । ସତସଙ୍ଗ ବିହାର ସ୍ଥିତ କନ୍ୟା ପିତା ମାତା ଘର ହିମାଦ୍ରୀ ନଗର ମଧ୍ଯ ଚଳଚଞ୍ଚଳ ହୋଇଉଠିଛି। କନ୍ୟା ମାତାପିତା ଭାବରେ ବଣ୍ଟୁ ଅଗ୍ରୱାଲ ଓ ଦୀପା ଅଗ୍ରୱାଲ ମଧ୍ୟ ମାତା ପାର୍ବତୀ ଙ୍କ ବିବାହ ପାଇଁ ପୂର୍ଣ୍ଣ ପ୍ରସ୍ତୁତି ରେ ଲାଗିପଡିଛନ୍ତି। କନ୍ୟା ବିବାହ ପାଇଁ ଯେତେ ପ୍ରକାର ସାରଙ୍ଗମ ଦରକାର ସମସ୍ତ ଜିନିଷ ପତ୍ର ଯୋଗାଡ଼ ସରିଛି। ବରଂ ଓ କନ୍ୟାଙ୍କୁ ଦେବାପାଇଁ ପଲଙ୍କ ଲୁଗାପଟା ମୁଦି, ରୂପା ର ପାଉଁଜି, କଠଉ, ବେଲପତ୍ର ଓ ସମସ୍ତ ପ୍ରକାର ଅଳଙ୍କାର ସଂଗ୍ରହ କରିସାରିଛନ୍ତି। ମାଙ୍ଗଳିକ, ମାଟିପକା କାମ ଇତିମଧ୍ୟରେ ସମାପନ ହୋଇ ଥିବା ବେଳେ ଆଜି ଦେବ ନିମନ୍ତ୍ରଣ ମଧ୍ୟ ସରିଛି। ଆସନ୍ତାକାଲି ସକାଳେ ଅଳଙ୍କାର ଧାରଣ ଓ ଅପରାହ୍ନ ରେ ବର ନିମନ୍ତ୍ରଣ କାର୍ଯ୍ୟ କ୍ରମ ରହିଛି। ସେହିପରି ୧୮ତାରିଖରେ ଗଣସନ, ମଙ୍ଗଳନ ନୀତି ରହିଥିବାବେଳେ ରାତିରେ ବର ଙ୍କ ଆଗମନ ସହ ରାତ୍ରିରେ ବିବାହ ପାଣିଗ୍ରହଣ ପରେ ତା ପର ଦିନ ପ୍ରଭୁ ଚନ୍ଦ୍ରଶେଖର ଓ ମାତା ପାର୍ବତୀ ଙ୍କ ଯୁଗଳ ମୂର୍ତ୍ତି ଦର୍ଶନ ରହିଛି l ପରବର୍ତ୍ତୀ ପ୍ରାତଃ ସମୟରେ ଦେବଦମ୍ପତିଙ୍କ ସ୍ଵମନ୍ଦିର ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହେବ। ୧୦୮ ତୋଳାର ସୁନା ନାଗ ମୁର୍ତ୍ତୀ ଓ ଶିବ ପାର୍ବତୀଙ୍କ ସମେତ ଅଷ୍ଟ ଶମ୍ଭୁ ଅଷ୍ଟ ବିଷ୍ଣୁଙ୍କ ଦର୍ଶନ ଓ ମହାପ୍ରଭୁ ଙ୍କ ପାଇଁ ଉଦ୍ଦିଷ୍ଟ ମହଣ ମହଣ ରୂପା ପାଲିଙ୍କି ବା ବିମାନ ଦେଖିବାକୁ ଦୂର ଦୂର ଦୁରାନ୍ତର ହଜାର ହଜାର ଲୋକଙ୍କ ଉତ୍କଣ୍ଠା ପ୍ରକାଶ ପାଇଛି । ଏଥିପାଇଁ କନ୍ୟା ପିତା ମାତାଙ୍କ ହିମାଦ୍ରୀ ନଗରୀ ଓ ବର ପିତା ମାତାଙ୍କ କୈଳାଶ ନଗରୀ ଚନ୍ଦ୍ର ଶେଖର ମନ୍ଦିର ସହ ସମଗ୍ର ସହର ଆଜିଠୁଁ ଚଳ ଚଞ୍ଚଳ। ଯାତ୍ରା ର ସଫଳ ପରିଚାଳନା ପାଇଁ ଯାତ୍ରା କମିଟି ଓ ପ୍ରଶାସନ ସହ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.