ଦେଉଳିଆପଡାରେ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ।

0 183

କୋଦଳା ,୧୬/୦୬(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଖଣ୍ଡିଆନଈ ଗ୍ରାମ ପଂଚାୟତ ଦେଉଳିଆପଡା ଗ୍ରାମରେ ମା କରେଇସୁଣୀ ଠାକୁରାଣୀ ଙ୍କ ଯାତ୍ରା ଧୂମଧାମ ରେ ଗ୍ରାମ୍ୟ ସଭାପତି ପ୍ରକାଶ କୁମାର ପାଣିଗ୍ରାହୀଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି । ଦୀର୍ଘ ଏକ ମାସ ଧରି ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଗ୍ରାମର ଓଡ଼ିଆ ସାହି ଓ ହରିଜନ ସାହିରେ ପୃଥକ ପୃଥକ ପାଳନ କରାଯାଏ । ମାସର ପ୍ରତି ମଙ୍ଗଳ ବାର ରାତିରେ ବିରାଟ ପଟୁଆର ସହ ଭକ୍ତ ଙ୍କ ଗହଣରେ ଗ୍ରାମ ପରିକ୍ରମା କରନ୍ତି ମା ଠାକୁରାଣୀ । ଏଥି ସହ ପ୍ରଥମ ରଜ ଓ ରଜ ସଂକ୍ରାନ୍ତି ରାତିରେ ମଧ୍ୟ୍ୟ ଗ୍ରାମ ପରିକ୍ରମା କରନ୍ତି । ସଂକ୍ରାନ୍ତି ରାତିରୁ ତୃତୀୟ ରଜ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ସାହିରେ ତାଳପଡା ଗ୍ରାମର ମହାଭାରତ ପୌରାଣିକ ନାଟକ ହୋଇଥିବା ବେଳେ ହରିଜନ ସାହିରେ ବୁରୁଝରୀ ଗ୍ରାମ ର ମହାଭାରତ ପୌରାଣିକ ନାଟକ ଅନୁଷ୍ଠିତ ହୋଇଥିଲା । ଏହି ଯାତ୍ରା ଦେଖିବା ପାଇଁ ଆଖ ପାଖ ଅଂଚଳରୁ ହଜାର ହଜାର ଦର୍ଶକ ଆସିଥାନ୍ତି । ଆଇନ ଶୃଙ୍ଖଳା କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ସହିତ ଉଭୟ ସାହିର କମିଟି, ଯୁବକ ସଂଘ ଓ ଗ୍ରାମବାସୀ ସହଯୋଗ କରିଥିଲେ ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.