ଯାଜପୁର,୧୩/୦୬(ପିପିଟି ):ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଖଣ୍ଡିତର ଠାରେ ଆଜି ଠାରୁ ୭୧ ତମ କବାଡି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଯାଜପୁର କବାଡି ଆସୋସିଏସନ ର ସଭାପତି ପ୍ରଦୀପ କୁମାର ସେଠୀଙ୍କ ଅଧକ୍ଷତାରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ। ଏଥିସହିତ ୧୧ କୋଟି ୯୬ ଲକ୍ଷ ୧୫ ହଜାର ଟଙ୍କା ବ୍ୟୟ ବରାଦ ରେ ନୂତନ ଷ୍ଟାଡିୟମ ର ଶୁଭ ଉଦଘାଟନ କରିଥିଲେ.। ଆସୋସିଏସନ ର ସମ୍ପାଦକ ଅଧ୍ୟାପକ ସମରେନ୍ଦ୍ର ଦାଶ ଏ ସମ୍ପର୍କ ରେ ବିବରଣୀ ପ୍ରଦାନ କରିଥିବା ବେଳେ ଉତ୍ସବ ରେ ଜିଲ୍ଲା ସ୍ପୋର୍ଡସ ଅଧିକାରୀ ଫକୀର ମୋହନ ଟୁଡୁ, ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ କୁମାର ସେଠୀ,ସାଧାରଣ ସମ୍ପାଦକ ଅଭୟ କୁମାର ମହାନ୍ତି, ପୂର୍ତ୍ତ ବିଭାଗ ର ମୁଖ୍ୟ ଅଧିକ୍ଷଣ ଯନ୍ତ୍ରୀ କୋମଲ କୁମାର ସ୍ୱାଇଁ, ବରିଷ୍ଠ ଉପଦେଷ୍ଟା ନିଗମାନନ୍ଦ ମହାନ୍ତି, ଉପସଭାପତି କୃଷ୍ଣକାନ୍ତ ପଣ୍ଡା, ଉପଦେଷ୍ଟା ଗୋବିନ୍ଦ ଚନ୍ଦ୍ର ଶତପଥି, ରବୀନ୍ଦ୍ର କୁମାର ପୃଷ୍ଟି, ଅରୁଣ କୁମାର ସାହୁ,ଫାଲ୍ଗୁନୀ ମହାନ୍ତି ପ୍ରମୁଖ ଆସୋସିଏସନ ର ସମସ୍ତ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।