ବାଲିପଦରରେ ଅସ୍ମିତା ମହିଳା ସିଟି ସାଇକ୍ଲିଙ୍ଗ ଲିଗ ଓ ବିଶ୍ୱ ସାଇକେଲ ଦିବସ ପାଳିତ ।

0 193

ପୋଲସରା,୧୩/୦୬ (ପିପିଟି): ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଠାରେ ଅସ୍ମିତା ମହିଳା ସିଟି ସାଇକ୍ଲିଙ୍ଗ ଲିଗ ଏବଂ ବିଶ୍ୱ ସାଇକେଲ ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ସାଇକ୍ଲିଙ୍ଗ ଫେଡେରେସନ ଅଫ ଇଣ୍ଡିଆ ଓ ଓଡିଶା ସାଇକ୍ଲିଙ୍ଗ ସଂଘ ଆନୁକୂଳ୍ୟରେ ଆୟୋଜିତ ହୋଇଥିବା ବେଳେ ବୁୁଗୁଡା ବ୍ଲକର ବିିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୧୭୦ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା ସାଇକ୍ଲିଙ୍ଗ ସଂଘର ପତାକା ଦେଖାଇ ଶୁଭାରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଭାବେ ବିଜେପି ମହିଳା ମୋର୍ଚ୍ଚା ସଭାପତି ତଥା ଆସିକା ଏନଏସି ପୂର୍ବତନ ଅଧ୍ୟକ୍ଷା ମଧୁସ୍ମିତା ପୋଲାଇ, ବାଲିପଦର ପୋଲିସ ଅଧିକାରୀ ନିଳାଦ୍ରୀ ରେଡି ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଅଂଶଗ୍ରହଣକାରୀ ଛାତ୍ରୀ ମାନେ ବାଲିପଦର ଛକ ଠାରୁ ଏକଡାଳ ଛକ ପର୍ଯ୍ୟନ୍ତ ସାଇକେଲ ଚଲାଇ ନିଜ ନିଜର ଦକ୍ଷତା, ଉତ୍ସାହ ଓ କ୍ରୀଡା ମନୋଭାବର ପରିଚୟ ଦେଖାଇଥିଲେ । ତୃଣମୂଳ ସ୍ତରରେ ମହିଳା ଏବଂ ବାଳିକା ମାନଙ୍କୁ ସାଇକେଲ ଚାଳନା କ୍ଷେତ୍ରରେ ଆଗେଇ ଆସିବାକୁ ସୁଯୋଗ ଦେବା ସହ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା ଏବଂ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଏ୍‌ହାର ଲକ୍ଷ୍ୟ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ ଆୟୋଜନ ଓ ପରିଚାଳନା ଦିଗରେ ପି.କେ.ବିଷୋୟୀ, ଅକ୍ଷୟ ବିଷୋୟୀ, ଅଜୟ ଜେନା, ରାଜଗୋପାଳ ବିଷୋୟୀ, ରଞ୍ଜିତ ପାତ୍ର ଏବଂ ଚିନ୍ମୟ ଜେନା ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି । ଶେଷରେ ଏହି ସାଇକ୍ଲିଙ୍ଗ ଲିଗ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.