ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଓ ମୌଳିକ କର୍ତ୍ତବ୍ୟ ସମ୍ପର୍କିତ ଆଇନ ସଚେତନତା ।

0 219

ଭଞ୍ଜନଗର, ୦୯/୦୬(ପିପିଟି): ଗଞ୍ଜାମ ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ, ବ୍ରହ୍ମପୁର ଆନୁକୂଳ୍ୟରେ ଆଜି ଭଞ୍ଜନଗରସ୍ଥିତ ଆର୍.ଏମ୍.ସି. ସମ୍ମିଳନୀ କକ୍ଷରେ “ପ୍ରବାସୀ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଏବଂ ମୌଳିକ କର୍ତ୍ତବ୍ୟ” ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଗଞ୍ଜମ ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ, ବ୍ରହ୍ମପୁର ସଚିବ ବ୍ୟୋମକେଶ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଭଞ୍ଜନଗର ସିନିୟର ସିଭିଲ ଜଜ ଦେବାଶିଷ ବିଶୋଇ ଏବଂ ଏସ୍.ଡି.ଜେ.ଏମ୍. ସୌମ୍ୟ ରଞ୍ଜନ ପୃଷ୍ଟି ଅନ୍ୟତମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ଅତିଥିମାନେ ପ୍ରବାସୀ ଶ୍ରମିକମାନଙ୍କ ସାମାଜିକ, ଆର୍ଥିକ ଓ ଆଇନଗତ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନା, ନିଶୁଳ୍କ ଆଇନ ସହାୟତାର ସୁବିଧା ଏବଂ ନାଗରିକଙ୍କ ମୌଳିକ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଇଥିଲେ। ଆଇନ ପ୍ରତି ସଚେତନ ହେଲେ ସମାଜରେ ନ୍ୟାୟ ଓ ସମାନତା ପ୍ରତିଷ୍ଠା ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମ ରେ ବହୁସଂଖ୍ୟାରେ ମହିଳା ଯୋଗ ଦେଇଥିଲେ।
ରିପୋର୍ଟ -ଜେ.କେ.ପଟ୍ଟନାୟକ

Leave A Reply

Your email address will not be published.