ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ, ଥାନାରେ ଅଭିଯୋଗ ।

0 180

ମାଲକାନଗିରି,୨୯/୦୫(ପିପିଟି):ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଜୟ ପଣ୍ଡାଙ୍କ ଉପରେ ହୋଇଛି ଆକ୍ରମଣ । ଗତକାଲି ପିଇଓ ଶ୍ରୀ ପଣ୍ଡା ପିଏମ୍ ଜନ ମନ ଯୋଜନାର ଗୃହ ନିର୍ମାଣର ତଦାରଖ କରିବାକୁ ଯାଇଥିଲେ। ତେବେ ବଣ୍ଡାଘାଟିର ଦାନ୍ତିପଡ଼ା ଗ୍ରାମରେ କୌଣସି କଥାକୁ ନେଇ ବଚସା ହୋଇଥିଲା ଦନ୍ତିପଡ଼ା ଗ୍ରାମର ବୁଦ୍ରା ମନ୍ଦ୍ରା ନାମକ ବ୍ୟକ୍ତି ଶ୍ରୀ ପଣ୍ଡାଙ୍କ ଉପରେ ଆକ୍ରମଣ କରିଥିଲା । ତୁରନ୍ତ ସେ ସେଠାରୁ ଖସି ଆସି ମୁଡୁଲିପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ତାଙ୍କୁ ମେଡିକାଲ ନେଇ ଚିକିତ୍ସା କରାଇଥିଲେ । ଶ୍ରୀ ପଣ୍ଡାଙ୍କ ବେକ ଓ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି। ଏନେଇ ଶ୍ରୀ ପଣ୍ଡା କହିଛନ୍ତି ଯେ ସେ ପିଏମ୍ ଜନ ମନ ଗୃହକୁ ନେଇ ଆଲୋଚନା କରୁଥିବା ବେଳେ ମଦ ପିଇ କିଛି ବ୍ୟକ୍ତି ତାଙ୍କ ଉପରେ ଆକ୍ରମଣ କରିଥିଲେ । ସେ ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ଉପରକୁ ଟେକା ମାଡ଼ କରାଯାଇଥିଲା । ବର୍ତ୍ତମାନ ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.