ମନୋରଞ୍ଜନ ସହିତ ଆମ ସଂସ୍କୃତିକୁ ଜୀବନ୍ତ ରଖିଥାଏ ‘ନାଟକ’।

0 160

ବୋଲଗଡ଼,୨୮/୦୫(ପିପିଟି): ସାଧାରଣତଃ ଆମ ରାଜ୍ୟର ପ୍ରତ୍ୟେକ ଗ୍ରାମାଞ୍ଚଳରେ ବିଭିନ୍ନ ଉତ୍ସବ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଟକ ମଞ୍ଚସ୍ଥ ହେବା ପ୍ରମୁଖ ପରମ୍ପରା। ଏହା ମନୋରଞ୍ଜନ ସହିତ ଆମ ସଂସ୍କୃତିକୁ ଜୀବନ୍ତ ରଖିଥାଏ। ବିଭିନ୍ନ ଉତ୍ସବ ମାନଙ୍କରେ ନାଟକ ମଞ୍ଚସ୍ଥ ହେବା ଏକ ଗର୍ବ ଓ ଆନନ୍ଦର ବିଷୟ। ଏହା ଦ୍ଵାରା କଳାକାରଙ୍କ ଲୁକ୍କାୟିତ ପ୍ରତିଭା ସମସ୍ତଙ୍କ ସାମ୍ନାକୁ ଆସିଥାଏ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ପାଟବନ୍ଧ ଗ୍ରାମରେ ଶ୍ରୀଶ୍ରୀ ବାବା ପଶ୍ଚିମେଶ୍ୱର ଦେବ ଯୁବ ନାଟ୍ୟ ସଂସଦ ଦ୍ୱାରା ଆୟୋଜିତ ମଞ୍ଚସ୍ଥ ସାମାଜିକ ନାଟକ “ପୁଅ ଜନ୍ମକରି ପାପ କରିଛି” ଅନୁଷ୍ଠିତ ହୋଇ ଯାଇଛି। ଏହି ନାଟକ ଅତିଥି ମାନଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା। ଗ୍ରାମାଞ୍ଚଳରେ କଳାର ବିକାଶ ପାଇଁ ଏ ଭଳି ମଞ୍ଚସ୍ଥ ହୋଇ ଥିବା ସାମାଜିକ ନାଟକ ପାଇଁ ଗ୍ରାମବାସୀଙ୍କୁ ଧନ୍ୟବାଦ ଦେବା ସହ ନାଟକ ଦ୍ୱାରା ସାମାଜିକ ବନ୍ଧନ, ଭାତୃତ୍ୱ ଓ ଏକତା ସୃଷ୍ଟି କରିଥାଏ ବୋଲି ଅତିଥି ମାନେ କହିଥିଲେ ।ଏଥିସହ କଳାକାର ମାନଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ । ଏବଂ ପରେ ଶ୍ରୀ ଶ୍ରୀ ବାବା ପଶ୍ଚିମେଶ୍ୱର ଦେବ ଯୁବ ନାଟ୍ୟ ସଂସଦ ର କଳାକାର ମାନଙ୍କ ଦ୍ଵାରା ପୁଅ ଜନ୍ମକରି ପାପକରିଛି ନାଟକ ମଞ୍ଚସ୍ଥ ହୋଇଥିଲା। ଏହି ନାଟକକୁ ହରେକୃଷ୍ଣ ପ୍ରଧାନ ନିର୍ଦେଶନା ଦେଇଥିବା ବେଳେ କୃପାସିନ୍ଧୁ ରାଉତରାୟ ସହନିର୍ଦେଶନା ଦେଇଥିଲେ। ଗ୍ରାମର ସମସ୍ତ ଯୁବକ ମାନେ ସହଯୋଗ କରିଥିଲେ ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.