ଚାଷୀ ପଞ୍ଜୀକରଣ ଦାବିରେ ରାସ୍ତାରୋକ ।

0 209

ଧର୍ମଗଡ, ୦୮/୦୫: ଇନ୍ଦ୍ରାବତୀ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଅଞ୍ଚଳର ଚାଷୀ ମାନେ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ ଦାବି କରି ଆଜି କୋକସରାରେ ରାସ୍ତାରୋକୋ କରିଛନ୍ତି। ଫଳରେ ୨୬ ନମ୍ୱର୍ ଜାତୀୟ ରାଜପଥରେ ଭବାନୀପାଟଣାରୁ କୋରାପୁଟ ମଧ୍ୟରେ ଯାତାୟାତ ବନ୍ଦ ହେଇ ଯାଇଚି।

ସୂଚନା ଅନୁଯାୟୀ  କଳାହାଣ୍ଡି ଜିଲ୍ଲାର କୋକସରା, ଜୟପାଟଣା ଏବଂ ଧର୍ମଗଡ଼ ଅଞ୍ଚଳର ବୃହତ୍ ଉଠା ଜଳସେଚନ ଅଞ୍ଚଳରେ ପ୍ରାୟ ୨୧ ହଜାର ୭୭୮ ହେକ୍ଟର ଜମିରେ ରବି ଚାଷ ପାଇଁ ଜଳଯୋଗାଣ ହେଇଛି। ଏହି ଅଞ୍ଚଳରେ ପ୍ରାୟ ୧୪ ହଜାରରୁ ଅଧିକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣରୁ ବଞ୍ଚିତ ହୋଇଛନ୍ତି। ଏହାକୁ ନେଇ କ୍ଷୁବ୍ଧ ଚାଷୀମାନେ ନାମ ପଞ୍ଜିକରଣ ଦାବିରେ ଆଜି ସକାଳୁ କୋକସରାରେ ୨୬ ନମ୍ୱର୍ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ ଭବାନୀପାଟଣା ସହରରୁ ଜୟପୁର ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହେଇ ପଡ଼ିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ମାନଙ୍କର ଦୀର୍ଘ ଲାଇନ ଲାଗିଅଛି। ଆନ୍ଦୋଳନକାରୀ ମାନଙ୍କ କହିବା ଅନୁସାରେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ସୂଚନା ଅନୁଯାୟୀ ଏହି ସମାନ ଦାବି ଚାଷୀ ମାନେ ବିଭିନ୍ନ ସ୍ତରରେ ଲିଖିତ ଅଭିଯୋଗ କରିଥିଲେ। ଏପରିକି ବିଜେପି ନେତା ତଥା ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟଯୋଶୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅନୁରୋଧ କରିଥିଲେ। ତଥାପି କିଛି ପଦକ୍ଷେପ ନିଆଗଲା ନାହିଁ। ଫଳରେ ଆଜି ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି। ଏହା ଆଗାମୀ ଦିନରେ ବିଜେପି ବିରୁଦ୍ଧରେ ଯିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

Leave A Reply

Your email address will not be published.