ବଜ୍ରପାତରେ ଶାଶୁ ଓ ବୋହୁଙ୍କ ମୃତ୍ୟୁ ।

0 0

ଭଞ୍ଜନଗର, ୦୭/୦୫(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ମୁଦୁଲିପଲି ଗ୍ରାମ ନିକଟରେ ଆଜି ଏକ ଅଘଟଣ ଘଟିଯାଇଛି । ଆଉ ଆଜି ଅପରାହ୍ନ ସମୟରେ ଅଚାନକ କାଳ ବୈଶାଖିର ପ୍ରଭାବ ରେ ବେଲଗୁଣ୍ଠା ଭଞ୍ଜନଗର ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ଏହି ସମୟରେ ଦୁଇଜଣ ମହିଳା ଅର୍ଥାତ ଶାଶୁ ବୋହୂ ଏକ ବାଉଁଶ ଗଛ ତଳେ ଆଶ୍ରୟ ନେଇଥିଲେ । ଏହି ସମୟରେ ବାଉଁଶ ଗଛ ପବନରେ ଉପୁଡି ଯିବା କାରଣରୁ ଶାଶୁ ବୋହୂର ମୃତ ହୋଇଥିଲା । ମୃତ ଦୁଇଜଣ ବୁଦୁଲି ଗ୍ରାମ ର ହୋଇଥିବା ବେଳେ ପୋଲିସ ଏକ ଅପମୃତ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଦୁଇଜଣ ହେଲେ ଶାଶୁ ଶୈଳ ବିଷୋଇ ଓ ବୋହୂ ସନ୍ତୋଷିନୀ ବିଷୋଇ ବୋଲି ଜଣାପଡିଛି ।

ରିପୋର୍ଟ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.