ପୋଲସରା,୦୬/୦୫(ପିପିଟି): ପୋଲସରା ଅଞ୍ଚଳର ଏକମାତ୍ର ମେଧା ଛାତ୍ରଛାତ୍ରୀମାନଙ୍କ ଶିକ୍ଷା କ୍ଷେତ୍ରରେ ଭବିଷ୍ୟତ ଉଜ୍ଜଳ ସକାଶେ ନିରନ୍ତର ପ୍ରୟାସ ଜାରି ରଖିଥିବା ଅଗ୍ରଣୀ ସଂସ୍ଥା ସ୍ଵାମୀ ବିବେକାନନ୍ଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷାରେ ସମଗ୍ର ପୋଲସରା ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୧୦ମ ଶ୍ରେଣୀର ଛାତ୍ର ଜଗଦୀଶ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।ପୋଲସରା ବ୍ଲକରେ ଏ ବର୍ଷ ମୋଟ ୧୧ ଜଣ ଛାତ୍ରଛାତ୍ରୀ ଏ- ୱାନ ଗ୍ରେଡରେ ପାସ୍ ହୋଇଥିବାବେଳେ ଛାତ୍ର ଜଗଦୀଶ ପାଣିଗ୍ରାହୀ ସବୁଠାରୁ ଅଧିକ ୫୭୫ ନମ୍ବର ମାର୍କ ରଖି (ଶତକଡ଼ା ୯୫.୮୩%)ରେ ପାସ୍ ହୋଇଛନ୍ତି। ତାଙ୍କର ଏଭଳି ସଫଳତାକୁ ନେଇ ଟ୍ରଷ୍ଟ ମୁଖ୍ୟ ତଥା ଯୁବ ଆଇନଜୀବୀ ନାରାୟଣ ସାହୁଙ୍କ ନେତୃତ୍ୱରେ ଶିକ୍ଷାବିତ୍ ତଥା ସାମ୍ବାଦିକ ଏବଂ ଓଡ଼ିଶା ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ସାଇନ୍ସ ଆଣ୍ଡ କଲଚରର ପୂର୍ବତନ ପ୍ରିନ୍ସପାଲ ତଥା ଇ°ରାଜୀ ଭାଷା ଦକ୍ଷ ଡଃ ଜ୍ୟୋତିର୍ମୟ ପଟ୍ଟନାୟକ, ଅଧ୍ୟାପକ ମନୋଜ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପଣ୍ଡା ଓ ସାମ୍ବାଦିକ ଟି.ଶରତ କୁମାର ସୁବୁଦ୍ଧି, ସମାଜସେବୀ ନିରଞ୍ଜନ ସାହୁ ଓ ଶଙ୍କର ପ୍ରଧାନ ପ୍ରମୁଖ ପୋଲସରା ସହର ଗୋପବନ୍ଧୁ ସାହି ସ୍ଥିତ ତାଙ୍କ ବାସଭବନକୁ ଯାଇ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଜଗଦୀଶ ପାଣିଗ୍ରାହୀଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ସହିତ ସ୍ଵାମୀ ବିବେକାନନ୍ଦଙ୍କ ଫଟୋ ଏବଂ ପୁରସ୍କାର ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଏହି ଅବସରରେ ଟ୍ରଷ୍ଟ ତରଫରୁ ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳ ଏବଂ ଉତ୍ତରୋତ୍ତର ଶୁଭକାମନା ଦିଆଯାଇଥିଲା। ଟ୍ରଷ୍ଟର ଏଭଳି ଉତ୍ସାହପ୍ରଦ ଓ ପ୍ରେରଣାଦାୟୀ କାର୍ଯ୍ୟର ସଚେତନ ଏଵଂ ବୁଦ୍ଧିଜୀବୀ ମହଲରେ ଭୂୟ°ସି ପ୍ରଶଂସା କରାଯାଇଛି।
ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା