ସୁବର୍ଣ୍ଣପୁରରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୬ ପାଳିତ । 

0 204

ସୁବର୍ଣ୍ଣପୁର ,୦୧/୦୫(ପିପିଟି ):ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ, ସୁବର୍ଣ୍ଣପୁରର ମିଳିତ ସହଭାଗିତାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ-୨୦୨୬ ସ୍ଥାନୀୟ ଟାଉନ ହଲ ସୋନପୁରଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପ।ର ଠେଲା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ନୃପରାଜ ସାହୁ ସୋନପୁର ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାୟକ, ବେଣୁଧର ଦାସ ମାନ୍ୟବର ବିଧାୟକ, ବିରମହାରାଜପୁରଙ୍କ ପ୍ରତିନିଧି ଗୋବିନ୍ଦ ମହାରଣା, ସଭାପତି, ଟ୍ରେଡ ୟୁନିଅନ ସମନ୍ୱୟ କମିଟି,ଅନଙ୍ଗ ନେଗି, ରେୟାର(RARE) ଏନଜିଓ, ସୋନପୁର ପ୍ରମୁଖ ଯୋଗ ଦେଇ ଆନ୍ତର୍ଜାତୀୟ ଶ୍ରମିକ ଦିବସ – ୨୦୨୬ ରେ ଶ୍ରମିକମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଶ୍ରମିକମାନଙ୍କ ଦେଶ ପାଇଁ ଅବଦାନ ଏବଂ ରାଜ୍ୟ ସରକାର ଶ୍ରମିକ ମାନଙ୍କ ପାଇଁ ଗ୍ରହଣ କରିଥିବା ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରଭାଗୀୟ ଶ୍ରମ ଆୟୁକ୍ତ ଡିଲେଶ୍ୱର ଖାଖା, ଅତିଥି ପରିଚୟ ସହିତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ଅଧିକାରୀ ଦିବ୍ୟ ଶଙ୍କର ଧୁରୁଆ, ଆନ୍ତର୍ଜାତୀୟ ଶ୍ରମିକ ଦିବସ – ୨୦୨୬ରେ ଶ୍ରମିକମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଶ୍ରମିକମାନଙ୍କ ଦେଶ ପାଇଁ ଅବଦାନ ଏବଂ ଶ୍ରମିକମାନଙ୍କ ସମ୍ମାନ ଓ ଅଧିକାର ବିଷୟରେ ଆଲୋକପାତ କରାଇଥିଲେ । ଏହା ସହିତ ଜିଲ୍ଲା ଶ୍ରମ ଅଧିକାରୀ, ସୁବର୍ଣ୍ଣପୁର, ରାଜ୍ୟ ସରକାର ଶ୍ରମିକ ମାନଙ୍କ ପାଇଁ ଗ୍ରହଣ କରିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହିତ ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାରେ କାର୍ଯ୍ୟ କରୁଥିବା ଉଭୟ କଲ୍ୟାଣ ବୋର୍ଡ ଯଥା ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଏବଂ ଓଡିଶା ଅଣସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ତରଫରୁ ଶ୍ରମିକମାନଙ୍କୁ ପ୍ରଦାନ କରାଯିବାକୁଥିବା ବିଭିନ୍ନ ସହାୟତା ବାବଦରେ ସୂଚନା ଦେଇଥିଲେ ।ଡୁଙ୍ଗୁରିପାଲି ସହକାରୀ ଶ୍ରମ ଅଧିକାରୀ ସୌମ୍ୟରଞ୍ଜନ ସାହୁମଞ୍ଚ ପରିଚାଳନା କରିଥିବା ବେଳେ ଉଲୁଣ୍ଡା ସହକାରୀ ଶ୍ରମିକ ଅଧିକାରୀ ଲିପକରାଜ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସମାରୋହରେ ସର୍ବମୋଟ ୪୭୭ ଜଣ ହିତାଧିକାରୀଙ୍କୁ ୩ କୋଟି ୬୦ ଲକ୍ଷ ୭୬ ହଜାର ତାଙ୍କର ସହାୟତା ରାଶି ଶ୍ରମିକଙ୍କ ଜମାଖାତାକୁ ପ୍ରଦାନ କରାଯାଇଥିଲା । ଏଥିରେ ଶିକ୍ଷା ସହାୟତା, ବିବାହ, ମାତୃତ୍ୱ, ମୃତ୍ୟୁକାଳୀନ , ଅନ୍ତେଷ୍ଟି କ୍ରିୟା ସହାୟତା ଆଦି ଅନ୍ତର୍ଭୁକ୍ତ । ଏଥି ସହିତ ନୂତନ ଭାବରେ ପଞ୍ଜୀକୃତ ହୋଇଥିବା ୨୦୦ ଜଣ ନିର୍ମାଣ ଶ୍ରମିକ ଓ ୫୦ ଜଣ ଅଂସଙ୍ଗଠିତ ଶ୍ରମିକଙ୍କୁ ପରିଚୟ ପତ୍ର ବିତରଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ବ୍ୟବସାୟୀ ସଂଘ, ସୋନପୁର ଜିଲ୍ଲା ହୋଟେଲ ମାଲିକ ସଂଘ, ସୋନପୁର ଜିଲ୍ଲା ଔଷଧ ବ୍ୟବସାୟୀ ସଂଘ, ମାରୱାଡି ଯୁବ ମଞ୍ଚ, ସୋନପୁର ଓ ବିଭିନ୍ନ ପଞ୍ଜୀକୃତ ଟ୍ରେଡ଼ ୟୁନିଅନର କର୍ମକର୍ତ୍ତାଙ୍କ ସହ ପ୍ରାୟ ୫୦୦ଋ ଉର୍ଦ୍ଧ ଜଣ ଶ୍ରମିକଙ୍କ ଏହି ସମାରୋହରେ ଯୋଗଦାନ ଦେଇଥିଲେ । କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ କେଦାର ସିଂ ବରିହା, ସହକାରୀ ଶ୍ରମ ଅଧିକାରୀ, ସୋନପୁର, ଶ୍ରୀ ଚିନ୍ମୟ ମେହେର, ସହକାରୀ ଶ୍ରମ ଅଧିକାରୀ, ବିନିକା, ଶ୍ରୀ ସପ୍ରତିଭ ପ୍ରଧାନ, ସହକାରୀ ଶ୍ରମ ଅଧିକାରୀ, ତରଭା, ଶ୍ରୀମତୀ ଅନିତା ନାଗ (ମଙ୍ଗଳ ସଂଯୋଜକ),ଶ୍ରୀ ବାଙ୍କା ବିହାରୀ ମହଲା, ଶ୍ରୀମତୀ ପ୍ରିୟଦର୍ଶିନୀ ପ୍ରଧାନ, ଶ୍ରୀମତୀ ସୁଚିସ୍ମିତା ପାତ୍ର, ଶ୍ରୀ ନାରାୟଣ ବିଶି ପ୍ରମୁଖ ସହଯୋଗ କରିଥିଲେ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.