ଶିଶୁ ବିଦ୍ୟା ମନ୍ଦିରର ପ୍ରତିଷ୍ଠାତା ସ୍ଵର୍ଗତ ଗଙ୍ଗାଧର ସାହୁଙ୍କ‌ ବିୟୋଗରେ ଶୋକସଭା।

0 127

ପୋଲସରା,୦୧/୦୫ (ପିପିଟି):ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ସ୍ଥିତ ମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରତିଷ୍ଠାତା ତଥା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗଙ୍ଗାଧର ସାହୁଙ୍କ ଗତ କାଲି ୩୦ ତାରିଖ ଗୁରୁବାର ଦିନ ଭୁବନେଶ୍ୱର ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଇହଲୀଳା ସମ୍ବରଣ କରିଥିଲେ। ତାଙ୍କର ପରିଚୟ ହେଲା ଯେ ପୂର୍ବତନ ପୋଲସରା ବିଧାୟକ ତଥା ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ପିତା ଥିଲେ। ଆଜି ସ୍ଵର୍ଗତ ଗଙ୍ଗାଧର ସାହୁଙ୍କ ଅଶ୍ରୁଳ ବିୟୋଗରେ ଶିଶୁ ମନ୍ଦିରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଉପସଭାପତି ସନ୍ତୋଷ କୁମାର ପାତ୍ର,ସମ୍ପାଦକ ସନ୍ତୋଷ କୁମାର ମହାରଣା,କୋଷାଧ୍ୟକ୍ଷ କୁମୁଦ ଚନ୍ଦ୍ର ଦାଶ ଓ ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ନନ୍ଦଙ୍କ ସମେତ ସମସ୍ତ ଗୁରୁମା ,ମାଉସୀ ମା ଓ ବାହନ ଚାଳକ ଭାଇମାନେ ଉପସ୍ଥିତ ରହି ନୀରବ ପ୍ରାର୍ଥନା ପୂର୍ବକ ଦିବଂଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.