ପୋଲସରା,୨୧/୦୪ (ପିପିଟି): ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ବାଳିକାମାନଙ୍କ ଆତ୍ମ-ସୁରକ୍ଷା ତାଲିମ ଶିବିର ଚାଲୁ ରହିଥିବା ବେଳେ ଆଜି ମଙ୍ଗଳବାର ଦିନ ଏଥିରେ ଅତିଥି ଭାବେ କନକଦୂର୍ଗା ବିଦ୍ୟାପୀଠ ମଧୁସୂଦନପୁର ଅବସରପ୍ରାପ୍ତ ଶିକ୍ଷକ ଦୁର୍ଗା ପ୍ରସାଦ ରଥ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରି ଉପସ୍ଥିତ ଛାତ୍ରୀମାନଙ୍କୁ ଆତ୍ମ-ସୁରକ୍ଷା ବା ପ୍ରତିରକ୍ଷା ଉପରେ ବୁଝାଇ ବା ସହିତ ମଙ୍ଗଳ କାମନା କରିଥିଲେ । ଅନ୍ୟତମ ଅତିଥି ଭାବେ ଉଭିଦ ବିଜ୍ଞାନ ବିଭାଗ ଅଧ୍ୟାପକ ଦେବାଶିଷ ସ୍ୱାଇଁ ଏବଂ ଖେଳ ଶିକ୍ଷକ ଦୀପକ କୁମାର ସ୍ୱାଇଁ ଯୋଗଦେଇ ମାର୍ଗଦର୍ଶନ ଦେଇଥିଲେ । ଏହି ଅବସରରେ ପୂର୍ବରୁ ପ୍ରଶିକ୍ଷଣ ନେଇଥିବା ବିଭିନ୍ନ କଳା ଓ କୌଶଳ ପ୍ରଦର୍ଶନ କରି ନିଜର ରକ୍ଷା କରିବାକୁ ସମର୍ଥ ବୋଲି ପ୍ରମାଣିତ କରିଥିଲେ ।କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଏନସିସି ଲେଫ୍ଟନାଣ୍ଟ ବିନିତା କୁମାରୀ ଦାସ ପରିଚାଳନା କରୁଥିବା ବେଳେ ଏଥିରେ ଏନସିସି ଏବଂ ଅଧ୍ୟୟନରତ ଛାତ୍ରୀମାନେ ଯୋଗ ଦେଇଥିଲେ ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା