ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା କୃଷକ ଦିବସ ପାଳନ; ଅଖିମୁଠି ଅନୁକୂଳ କଲେ ମନ୍ତ୍ରୀ ବିଭୁତି ଜେନା ।

0 228

ଭଞ୍ଜନଗର, ୨୦/୦୪(ପିପିଟି):ପବିତ୍ର ଅକ୍ଷୟ ତୃତୀୟାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟ ବେଣା କୁନ୍ଦା କୃଷି ବିଜ୍ଞାନ କେନ୍ଦ୍ର ଠାରେ ଆଜି ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ବାଣିଜ୍ୟ, ପରିବହନ, ଇସ୍ପାତ ଏବଂ ଖଣିଜ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇଥିଲେ। ପ୍ରଥମେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ପରେ ମନ୍ତ୍ରୀ ଓ ଅନ୍ୟମାନେ ଅଖିମୁଠି ଅନୁକୂଳ କରିଥିଲେ।ଏହାପରେ ଆୟୋଜିତ ଏକ ସାଧାରଣ ସଭାରେ ମନ୍ତ୍ରୀ ବିଭୁତି ଜେନା, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ,ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ନୀଳମାଧବ ପାତ୍ର, ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନ, ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରା, ବିଡ଼ିଓ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ,ଗଞ୍ଜାମ ଜିଲା ମୁଖ୍ୟ କୃଷି ଅଧିକାରୀ ଅଜୟ କୁମାର କର, କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ସୁତୁନୁ କୁମାର ଶତପଥି, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଇତିଶ୍ରୀ ପ୍ରଧାନ ଉପସ୍ଥିତ ଥିଲେ।ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ତେଣୁ କୃଷି ଓ କୃଷକର ଉନ୍ନତି ଦିଗରେ ସରକାର ସବୁବେଳେ ଚିନ୍ତା କରି ଆସିଛନ୍ତି।ତେଣୁ ଜଳବାୟୁ ଅନୁସାରେ ମିଶ୍ରିତ ଚାଷ ଓ ଜୈବିକ ସାର ବ୍ୟବହାର କରି କୃଷିକାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।ସେହିପରି କୃଷକମାନଙ୍କ ଉନ୍ନତି ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜିଲ୍ଲାପାଳ ସୂଚନା ଦେଇଥିଲେ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ପ୍ରସାଦ ବ୍ଲକ ଉପାଧ୍ୟକ୍ଷ ନିଳାଞ୍ଚଳ ଖିଲାର, ଏମପି ପ୍ରତିନିଧି ସନ୍ତୋଷ ତିଆଡି, ଭାଜପା ନେତା ରାଜୁ ପ୍ରଧାନ, ସୁବାଷ ବରାଡ, ମାନସ ଜେନା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ କୃଷକମାନେ ଉପସ୍ଥିତ ଥିଲେ।

ରିପୋର୍ଟ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.