ଭାରତୀୟ ସ୍କାଉଟ ଗାଇଡର ରାଜ୍ଯ ସଭାପତି ହେଲେ ଡାକ୍ତର ଅମ୍ରିତ ପାଟ୍ଟଯୋଶୀ ।

0 202

ଭୁବନେଶ୍ବର,୧୯/୦୪(ପିପିଟି):ଭାରତୀୟ ସ୍କାଉଟ ଗାଇଡ ଫେଲୋସିପ, ଓଡ଼ିଶା ରାଜ୍ୟ ସଭାପତି ଭାବରେ ଡାକ୍ତର ଅମ୍ରିତ ପାଟ୍ଟଯୋଶୀ ଏବଂ ଡ଼ଃ ରୁଷି ପଟ୍ଟନାୟକ ରାଜ୍ୟ ସମ୍ପାଦକ ଭବରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ଆଜି ସ୍କାଉଟ ଗାଇଡ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ଭାରତୀୟ ସ୍କାଉଟ ଗାଇଡ ଫେଲୋସିପ,ଓଡ଼ିଶା ରାଜ୍ୟର ଏକ ସ୍ଵତନ୍ତ୍ର ନିର୍ବାଚନ ଜାତୀୟ ସଭାପତି ଏମ.ଏ. କେମିକିଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି ଏଥିରେ ରାଜ୍ୟ ସ୍କାଉଟ ଗାଇଡ ମୁଖ୍ୟ କମିଶନର ଡ଼ଃ କାଳୀ ମିଶ୍ର ସଭାପତି ମୁଖ୍ୟ ଭାବାରେ ନିର୍ବାଚିତ ହୋଇଛନ୍ତି। ରାଜ୍ୟ ସଭାପତି ଭବାରେ ଡାକ୍ତର ଅମ୍ରିତ ପାଟ୍ଟଯୋଶୀ, ସମ୍ପାଦକ ଭାବରେ ଅଭିନେତା ଓ ସମାଜ ବିଜ୍ଞାନୀ ଡଃ ରୁଷି ପଟ୍ଟନାୟକ, ଉପ ସଭାପତି ଭାବରେ ବିଶିଷ୍ଟ ବ୍ୟବସାୟୀ ପ୍ରବୀଣ କୁମାର ଅଗରୱାଲ,ଝୁନା ପଟ୍ଟନାୟକ,ଡ଼ଃ ପ୍ରଣବ ମହାପାତ୍ର ହୋଇଥିବା ବେଳେ, ଯୁଗ୍ମ ସଚିବ ଭାବରେ ଦୂରଦର୍ଶୀ ସଂପାଦକ ଦୁର୍ଗା ସମାନ୍ତରାୟ, କୋଷାଧ୍ୟକ୍ଷ ଭାବେ ଇଂ ମହେଶ୍ବର ବେହେରା ଓ ସୂଚନା ଅଧିକାରୀ ଭାବରେ ସାମ୍ୱାଦିକ ଗଜେନ୍ଦ୍ର ବେହେରା ଏବଂ ବି.ଏନ ଦାସ ସଂଯୋଜୋକ ଭାବେ ନିର୍ବାଚିତ ହୋଇଛନ୍ତି। ନୂତନ ଭାବେ ସଭାପତି ନିର୍ବାଚିତ ହେବା ପରେ ଡାକ୍ତର ଆମ୍ରିତ ପାଟ୍ଟଯୋଶୀ କହିଛନ୍ତି ଓଡ଼ିଶା ଯେମିତି ଆଗାମୀ ବର୍ଷକ ମଧ୍ୟରେ ଭାରତରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବ ସେଥିପାଇଁ ମୁଁ ମୋର ଟିମ୍ ସହିତ ମିଶି ବହୁତ କାମ କରିବା ସହିତ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଏହି ଉତ୍ସବରେ ଜାତିୟ ମହାନିର୍ଦ୍ଦେଶକ ସୀମା ରଥି ଓ ଛତିଶଗଡ ଉଜିଲ୍ଲାପାଳ ତଥା କ୍ରାମିକ ସମ୍ପାଦକ ପ୍ରେମ ପ୍ରକାଶ ଶର୍ମା ଯୋଗା ଦେବା ସହ। ସତ୍ୟଭାମା ବେହେରା ଓ ମୋହନ ହେମ୍ବ୍ରମ୍ କାର୍ଯ୍ଯକ୍ରମ ପରିଚାଳନ। କରିଥିଲେ। ଆଗାମୀ ୨୦୨୮ରେ ଥିବା ଆନ୍ତର୍ଜାତିକ ସ୍କାଉଟ ଗାଇଡ ସମାଗମ ଯାହାକୁ ଓଡ଼ିଶା ରାଜ୍ୟ ହୋଷ୍ଟ୍ କରିବ, ତେଣୁ ସଭାପତି ଡାକ୍ତର ପାଟ୍ଟଯୋଶୀ ସର୍ବଭାରତୀୟ ସ୍ତରରେ ଆସିଥିବା ସମସ୍ତ ଅଧିକାରୀଙ୍କୁ ଆଶ୍ଵାସନ ଦେଉଥିଲେ ଯେ ବହୁତ ସୁନ୍ଦର ଭାବରେ ଅୟୋଜନ କରାଯିବ। ବୋଲି ରାଜ୍ୟ ସମ୍ପାଦକ ଡ଼ଃ ରୁଷି ପଟ୍ଟନାୟକଙ୍କ ଠାରୁ ପ୍ରକାଶ।

Leave A Reply

Your email address will not be published.