ଭୂମିହୀନଙ୍କ ପାଇଁ ବସୁନ୍ଧରା ଯୋଜନା ସ୍ୱପ୍ନ।

0 204

ବୋଲଗଡ଼,୧୭/୦୪ (ପିପିଟି): ରାଜ୍ୟ ସରକାର ଭୂମିହୀନ ପରିବାରଙ୍କୁ ଚିହ୍ନଟ କରି ବସୁନ୍ଧରା ଯୋଜନାରେ ଜମି ଜାଗା ଯୋଗାଇ ଦେବା ପାଇଁ ବ୍ୟବସ୍ଥା ରହିଛି। ମାତ୍ର ପ୍ରଶାସନିକ ସ୍ଥାଣୁତା ଯୋଗୁଁ ବର୍ତ୍ତମାନ ବୋଲଗଡ଼ ବ୍ଲକର ୧୯ଟି ପଞ୍ଚାୟତରେ ବହୁ ସଂଖ୍ୟକ ଭୂମିହୀନ ପରିବାର ବେସହରା ହୋଇ ଦୟନୀୟ ଅବସ୍ଥାରେ ଏପରିକି ପର ଘରେ ରହି ଦିନ କାଟୁଛନ୍ତି । ବସୁନ୍ଧରା ଯୋଜନା ଏହି ଭୂମିହୀନ ବର୍ଗର ପରିବାରଙ୍କ ପାଇଁ ସାତ ସପନ ପାଲଟିଛିି । ଭୂମିହୀନ ପରିବାର ଗୁଡ଼ିକୁ ବସୁନ୍ଧରା ଯୋଜନାରେ ଜାଗା ଯୋଗାଇ ଦେବାରେ ବୋଲଗଡ଼ ତହସିଲ ପ୍ରଶାସନ ବିଫଳ ହୋଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ସଂର୍ପକିତ ଆବେଦନପତ୍ର ଗୁଡିକ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟା ଳୟରେ ଅଛି କି ନାହିଁ ତାହା ସନ୍ଧେହ। ଭୂମିହୀନ ପରିବାରଗୁଡ଼ିକୁ ଚିହ୍ନଟ କରି ବସୁନ୍ଧରା ଯୋଜନାରେ ଜାଗା ପ୍ରଦାନ ନିମନ୍ତେ ବିଭିନ୍ନ ସମୟରେ ରାଜସ୍ୱ ନିରୀକ୍ଷକଙ୍କ ଦ୍ୱାରା ସର୍ଭେ କାର୍ଯ୍ୟ କରି ଏହି ଯୋଜନା କାର୍ଯ୍ୟକାରୀ ହେବାକଥା । କିନ୍ତୁ ୨୦୨୬ ମସିହାରେ ମଧ୍ୟ ଏମିତି ବି ଗରିବ ପରିବାର ଅଛନ୍ତି ଭୂମି ହୀନ ହୋଇ ଥିବାରୁ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି, ଏପରିକି ପରଘରେ ବହୁ କଷ୍ଟରେ ଆଶ୍ରୟ ନେଇ ବଞ୍ଚୁଛନ୍ତି। ବସୁନ୍ଧରା ଯୋଜନାରେ ସମସ୍ତ ଭୂମିହୀନ ପରିବାରଗୁଡ଼ିକୁ ଜାଗା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି । ଖୋର୍ଦ୍ଧା ଜିଲ୍ଲାପାଳ ଓ ରାଜସ୍ୱ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବୋଲଗଡ଼ ଅଞ୍ଚଳବାସୀ ଦାବି କରିଛନ୍ତି ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.