ହାତୀଓଟ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଓ ଖଡିଛୁଆଁ ଉତ୍ସବ ପାଳିତ।

0 171

ପୋଲସରା,୦୪/୦୪ (ପିପିଟି): ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାନୁସାରେ ସମଗ୍ର ରାଜ୍ୟରେ ଏପ୍ରିଲ ୪ ତାରିଖରେ ଆଡମ୍ବରପୂର୍ଣ୍ଣ ଭାବେ ଶିଶୁ ପ୍ରବେଶ ଓ ଖଡିଛୁଆଁ ଉତ୍ସବ ପାଳନ ହୋଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ନୋଡାଲ୍ ଉଚ୍ଚ ବିଦ୍ୟାଳୟରେ ମଧ୍ଯ ଏହି କାର୍ଯ୍ୟକ୍ରମ ଉତ୍ସାହର ସହ ଅନୁଷ୍ଠିତ ହେଇଛି । ପ୍ରଧାନ ଶିକ୍ଷକ  ଉମାଶଙ୍କର ଦାସ ସଭାପତିତ୍ବ କରିଥିବା ବେଳେ ସମାଜସେବୀ  ମୃତ୍ୟୁଞ୍ଜୟ ପଟ୍ଟନାୟକ ମୁଖ୍ୟ ଅତିଥି ଓ ବରିଷ୍ଠ ଶିକ୍ଷାବିତ୍  ମୂରଲୀଧର ନନ୍ଦ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ସୂଚନାନୁସାରେ, ଯେଉଁ ଶିଶୁମାନେ ଅଙ୍ଗନବାଡ଼ି ଶିକ୍ଷା ସମାପ୍ତ କରି ଆସନ୍ତା ସେପ୍ଟେମ୍ବର ସୁଦ୍ଧା ୫ ବର୍ଷ ପୂରଣ କରିବେ, ସେମାନେ ଶିଶୁ ବାଟିକା ରେ ନାମଲେଖାଇ ପାରିବେ । ସେହିପରି ୬ ବର୍ଷ ପୂରଣ କରିଥିବା ଛାତ୍ରଛାତ୍ରୀମାନେ ପ୍ରଥମ ଶ୍ରେଣୀରେ ଭର୍ଭି ପାଇଁ ଯୋଗ୍ୟ ହେବେ । ଏହି ବିଦ୍ୟାଳୟରେ ୫ ଜଣ କୁନିକୁନି ଛାତ୍ର ଛାତ୍ରୀ ଶିଶୁ ବାଟିକାରେ ନାମଲେଖାଇ ଅଛନ୍ତି ୲ ବରିଷ୍ଠ ଶିକ୍ଷକ  ନିରାନନ୍ଦ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଶଙ୍କର ପ୍ରଧାନ, ଶୁଭକାନ୍ତ ସାହୁ,  ଗଣପତି ସାହୁ, ସୁଶାନ୍ତ କୁମାର ସ୍ବାଇଁ, ସମିର କୁମାର ଦଳାଇ,ଶିକ୍ଷୟିତ୍ରୀ ସବିତା ରାଉତ, ସୁନିତା କୁମାରୀ ବଡ଼ଜେନା , ସୁଚିସ୍ମିତା ପାତ୍ର, କର୍ମଚାରୀ  ଦୀପକ ପ୍ରଧାନ ଏବଂ ସ୍ବରାଜ ନାୟକ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.