ବୁଗୁଡ଼ା ଆଇନଜୀବୀ ସଂଘ ନବ ନିର୍ବାଚିତ ସଦସ୍ୟଙ୍କ ଶପଥ ପାଠ ଓ ଉତ୍କଳ ଦିବସ ପାଳିତ ।

0 140

ପୋଲସରା ,୦୨/୦୪(ପିପିଟି): ରାଜ୍ୟସାରା ସମସ୍ତ କୋର୍ଟ ମାନଙ୍କର ଆଇନଜୀବି ସଂଘର ନିର୍ବାଚନ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଆଇନଜୀବୀ ସଂଘରେ ନିର୍ବାଚନ ହୋଇଥିଲା । ପ୍ରତିଦ୍ବନ୍ଦୀଙ୍କ ଠାରୁ ବିଜୟୀ ହୋଇଥିବା ଆଇନଜୀବିମାନେ ଉତ୍କଳ ଦିବସ ଆନୁକୂଲ୍ୟରେ ଶପଥ ପାଠ କରିବା ସହ ଉତ୍କଳ ଦିବସ ପାଳନ କରିଥିଲେ । ଆଇନଜୀବୀ ସଂଘର ନିର୍ବାଚନ ଅଧିକାରୀ ସତ୍ୟ ନାରାୟଣ ମିଶ୍ର ଓ କମିଟି ସଦସ୍ୟ ସରୋଜ କୁମାର ଦାଶ ନୂତନ ସଦସ୍ୟ ସଭାପତି ମାନସ କୁମାର ଦାଶ,ଉପସଭାପତି ସୁବ୍ରତ କୁମାର ପଟ୍ଟନାୟକ, ସମ୍ପାଦକ ଶ୍ୟାମସୁନ୍ଦର ବିଷୋୟୀ,ସହସମ୍ପାଦକ ମନୋଜ କୁମାର ପାଣିଗ୍ରାହୀ,କୋଷାଧ୍ୟକ୍ଷ କାଁହ୍ନୁ ଚରଣ ସାହୁ ପ୍ରମୁଖଙ୍କୁ ଶପଥ ପାଠ କରାଇଥିଲେ ତା’ସହ ନୂତନ ସଭାପତି ମାନସ କୁମାର ଦାଶଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁଧାଶ୍ରୀ ସୁରଝାଲିଆ, ମୁଖ୍ୟ ବକ୍ତା ଗୌରୀ ଶଙ୍କର ମିଶ୍ର ଯୋଗଦାନ କରିଥିବା ବେଳେ ଅନ୍ୟାନ୍ୟ ସମ୍ମାନୀତ ଅତିଥି ଭାବେ ଡ଼. ଦୟାନିଧି ରାଉତ ଏବଂ ବରିଷ୍ଠ ଆଇନଜୀବୀ ସରୋଜ କୁମାର ସାହୁ ମଞ୍ଚାସୀନ ରହିଥିବା ବେଳେ ବରିଷ୍ଠ ଆଇନଜୀବି ହର ପ୍ରସାଦ ଦାଶ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଆଇନଜୀବିଙ୍କ ସମେତ ବୁଦ୍ଧିଜୀବିମାନେ ଉପସ୍ଥିତ ରହିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.