କେଏସୟୁବି କଲେଜରେ ବ୍ୟକ୍ତିତ୍ଵ ବିକାଶ କର୍ମଶାଳା ।

0 172

ଭଞ୍ଜନଗର, ୦୨/୦୪(ପିପିଟି):କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଭଞ୍ଜନଗର ଶାଖା ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ସଠିକ୍ କର୍ମପଥ ଆଡ଼କୁ ମାର୍ଗଦର୍ଶନ କରିବା ଏବଂ ସେମାନଙ୍କ ଭବିଷ୍ୟତ ବିଷୟରେ ସୁଚିନ୍ତିତ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବା ଉଦ୍ଦେଶ୍ୟରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଠାରେ ଏକ କ୍ୟାରିୟର କାଉନସେଲିଂ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଭଞ୍ଜନଗର ଗୋଷ୍ଠି ଶିକ୍ଷା ଅଧିକାରୀ ଲୋପାମୁଦ୍ରା ରଥ , ଫାଲ୍ଗୁନୀ କୁମାର ,ଉପ ନିବନ୍ଧକ ଫାଲ୍ଗୁନି କୁମାର, ପୂର୍ବତନ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ, ବିଭାସ କୁମାର ଦାସ, ବିଶିଷ୍ଟ ସମାଜସେବୀ ବି.ସୁଶାନ୍ତ ପାତ୍ର, ସର୍କଲ ହେଡ,ଜନା ସ୍ମଲ ଫାଇନାନ୍ସ ପି.ଦେବୀ ପ୍ରସାଦ ସୁବୁଦ୍ଧି, ଭଞ୍ଜନଗର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନଗର ଉପସଭାପତି ସୁଜିତ୍ କୁମାର ସ୍ବାଇଁ, କୋଷାଧକ୍ଷ ଅଭିନାଶ ପଣ୍ଡା, ଶିବାନନ୍ଦ ମହାପାତ୍ର, ସୁଧାଂଶୁ ମହାପାତ୍ର,ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ଦେବାଶିଷ ସାହୁ, ନଗର ସମ୍ପାଦିକା ଶ୍ରୁତି ରାଣୀ ନାୟକ ଉପସ୍ଥିତ ରହି ସହଯୋଗ କରିଥିଲେ ।

ରିପୋର୍ଟ -ଜେ କେ ପଟ୍ଟନାୟକ

Leave A Reply

Your email address will not be published.