ଢେଲେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬୦ତମ ବାର୍ଷିକ ଉତ୍ସବ “ଶିଶୁ ଝରନ୍” ଅନୁଷ୍ଠିତ ।

0 219

ସୁବର୍ଣ୍ଣପୁର ୨୮/୦୩(ପିପିଟି):ଜିଲ୍ଲା ଉଲୁଣ୍ଡା ବ୍ଲକ ଅଧୀନସ୍ଥ ଢେଲେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬୦ତମ ବାର୍ଷିକ ଉତ୍ସବ “ଶିଶୁ ଝରନ୍” ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନ ଶିକ୍ଷକ ଡ. ଅନିରୁଦ୍ଧ କୁରୁକୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଉଲୁଣ୍ଡା ବ୍ଲକ ଅତିରିକ୍ତ ଗୋଷ୍ଟୀ ଶିକ୍ଷା ଅଧିକାରୀ ଯୋଗେଶ୍ୱର ଦାଶ ମୁଖ୍ୟ ଅତିଥି, ଖ୍ୟାତନାମା କଣ୍ଠଶିଳ୍ପୀ ଶତ୍ରୁଘ୍ନ ଲୁହା ମୁଖ୍ୟ ବକ୍ତା,ମୁକେଶ ଚନ୍ଦ୍ର ଭୋଇ, ଘନଶ୍ୟାମ ମେହେର, ଭରତ ମହାପାତ୍ର, ଦୟାନିଧି ଦେବତା ପ୍ରମୁଖ ସମ୍ମାନିତ ଅତିଥି ଯୋଗ ଦେଇଥିଲେ । ବର୍ତ୍ତମାନ ଯୁଗରେ ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ବକ୍ତାମାନେ ଆଲୋଚନା କରିଥିଲେ । ଶିକ୍ଷୟିତ୍ରୀ ସନ୍ତୋଷିନୀ ନନ୍ଦ, ଡୁଙ୍ଗୁରିପାଲି ବ୍ଲକର ଶିକ୍ଷକ ରବୀନ୍ଦ୍ର କୁମ୍ଭାର, ବୀରମହାରାଜପୁର ବ୍ଲକର ପ୍ରଦୀପ ଜଗଦଲା, ଉଲୁଣ୍ଡା ବ୍ଲକର ସୁଷମା ଲୁହା, କଣ୍ଠ ଶିଳ୍ପୀ ଶତ୍ରୁଘ୍ନ ଲୁହା, ନିର୍ମଳ ଭରାସାଗର, ବିଦ୍ୟାଳୟର ନବାଗତ ଶିକ୍ଷକ ଚେରୁ ମେହେର ଓ ଶିକ୍ଷୟିତ୍ରୀ ନମିତା ସାହୁ, ବିଦାୟୀ ଶିକ୍ଷକ ସ୍ୱାଧୀନ ପଧାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ସୁଶ୍ରୀ ଭାରତୀ ବାଘ, ମିକିରାଣୀ ଭୁଏ , ବିଷ୍ନୁପ୍ରିୟା ମହାକୁର, ପୂଜା କୁମ୍ଭାର, ଲିଜା କୁମ୍ଭାର, ଅର୍ଚ୍ଚିତା କୁମ୍ଭାର, ବାଦଲ ଭୁଏ, ଶୁଭମ ମହାନନ୍ଦ, ଶାଶ୍ୱତ ଭରାସାଗର, ଅନିତା ବାଦୀ, ରାକ୍ଷୀ ଲୁହା, ସୋନାଲି ରୋପାଲି, ଶ୍ରେୟାଂଶି ପ୍ରିୟଦର୍ଶିନୀ ପାଢ଼ୀ, ରାକେଶ ବାଘ ପ୍ରମୁଖଙ୍କୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯାଇଥିଲା ।ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥଲା।
ଆଶିଷ ପର୍ଡିଆ ସ୍ୱାଗତ ଭାଷଣ ଦେଇଥିବାବେଳେ ପୁରନ୍ଦର ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟ କମିଟିର ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିଲେ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.