ଜରାଜୀର୍ଣ୍ଣ ଅବସ୍ଥାରେ ନୂଆଁଗଡ଼ ଶ୍ମଶାନ ଗୃହ ।

0 60

ବେଗୁନିଆପଡ଼ା,୨୬/୦୩(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ନୂଆଗଡ ଗ୍ରାମର ଶ୍ମଶାନ ଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି । ସୂଚନା ଅନୁଯାଇ ଏହି ଶ୍ମଶାନ ଗୃହଟି ବହୁ ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା । ବର୍ତ୍ତମାନ ତାହା ଜରାଜୀର୍ଣ୍ଣ ଭାବେ ରହିଛି । ଛାତରୁ ସିମେଣ୍ଟ ଛାଡ଼ିବା ସହ ଛଡ ପଦାକୁ ଦେଖା ଗଲାଣି। କେତେବେଳେ ଯେ ଛାତ ଗଳି ପଡ଼ିବ କିଛି କହିହେବ ନାହିଁ । ଏଥିସହିତ ଲତା ବୁଦା ସବୁ ମାଡ଼ି ଗଲାଣି । ଜୀବନର ଶେଷ ସ୍ଥାନର ଅବସ୍ଥା ଯଦି ଏମିତି ହେବ ତାହା ଭାରି ଦୁଃଖ ଦାୟକ ଅଟେ । ବର୍ଷା ଦିନରେ ଯଦି କୌଣସ ବ୍ୟକ୍ତିବିଶେଷଙ୍କର ପ୍ରାଣବାୟୁ ଉଡିଗଲା ଶବ ସଂସ୍କାର ଯେ କେତେ କଷ୍ଟ ଦାୟକ ଜଣେ ଅନୁଭବି ହିଁ ତାହା କହିପାରିବ । ଏଥିସହିତ ଏହି ଶ୍ମଶାନ ଗୃହଟି ବିଦ୍ୟାଳୟ ନିକଟରେ ଏବଂ ଗ୍ରାମ୍ୟ ରାସ୍ତା ନିକଟରେ ହୋଇଥିବାରୁ ଏହାକୁ ସ୍ଥାନାନ୍ତରଣ କରିବା ପାଇଁ ଜନସାଧାରଣ ରେ ଦାବୀ ହୋଇଛି । ଦେଖାଯାଉ ଏ ଦିଗରେ ସରକାରୀ ବାବୁ ଏବଂ ଜନ ପ୍ରତିନିଧି ମାନେ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ଦେଖିବାକୁ ତାହା ବାକି ରହିଲା ।

Leave A Reply

Your email address will not be published.