ବ୍ରହ୍ମପୁର,୨୬/୦୩(ପିପିଟି): ବ୍ରହ୍ମପୁରରେ ୯୧ତମ ଓଡ଼ିଶା ଦିବସ ପାଳନ ନିମନ୍ତେ ବକ୍ତୃତା,ସଙ୍ଗୀତ ଓ ପ୍ରବନ୍ଧ ପ୍ରତିଯୋଗିତା ସ୍ଥାନୀୟ ସହିଦ୍ ଲକ୍ଷ୍ମଣ ନାୟକ ସ୍ମୃତି ପୌର ଉଚ୍ଚ ବିଦ୍ୟାଳୟ, କୋର୍ଟପେଟା ଠାରେ ଚଳିତ ମାସ ୨୫ ଓ ୨୬ ତାରିଖରେ ଅନୁଷ୍ଠିତ ହୋଇଯାଇଛି ।
ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତା ୨୫ ତାରିଖ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ୨୬ ତାରିଖରେ ଅନୁଷ୍ଠିତ ହୋଇଥିଲା ।
ପ୍ରବନ୍ଧ ପ୍ରତିଯୋଗିତାରେ ଉଚ୍ଚ ବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନ ଅଂଶୁମାନ ପାଣିଗ୍ରାହୀ,ଦ୍ୱିତୀୟ ଶିବରାମ ଆପଟ୍ଟ ଓ ପ୍ରତିଜ୍ଞା ପୁରୋହିତ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ପୂଜା ଶତପଥୀ ପ୍ରଥମ,ଅଭିପ୍ସା ପଣ୍ଡା ଦ୍ୱିତୀୟ ଓ ରିତୁ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ମହାବିଦ୍ୟାଳୟ ସ୍ତରରେ କେ ବିଶ୍ୱେଶ୍ୱରି ପ୍ରଥମ ଓ ସଂଗୀତା ଦଳବେହେରା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ।
ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ଉଚ୍ଚ ବିଦ୍ୟାଳୟ ସ୍ତରରେ ପ୍ରତୀକ୍ଷା ପଟ୍ଟନାୟକ ପ୍ରଥମ,ମାନ୍ୟତା ମହାନ୍ତି ଦ୍ୱିତୀୟ ଓ ପ୍ରତ୍ୟାଶା ପାଣିଗ୍ରାହୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ପ୍ରଥମ ସୁଧାଂଶୁ ମହାରଣା ,ଦ୍ୱିତୀୟ ଆଦର୍ଶ ଅଧିକାରୀ ଓ ଫାଲଗୁନି ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।ମହାବିଦ୍ୟାଳୟ ସ୍ତରରେ ରଜନୀ ମଣ୍ଡଳ ପ୍ରଥମ ସ୍ଥାନ ଓ ପ୍ରଗତି କିରଣ ବେହେରା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ।
ଉଚ୍ଚ ବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ପି ଅବିନାଶ ଦାସ ପ୍ରଥମ,କାବେରୀ ସ୍ୱାଇଁ ଦ୍ୱିତୀୟ ଓ ଆଦ୍ୟାଶା ପ୍ରିୟଦର୍ଶିନୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ପ୍ରଚିତା ପର୍ଣିକା ପାଢ଼ୀ,ଦ୍ୱିତୀୟ ସାଗରିକା ଆଚାର୍ଯ୍ୟ ଓ ଶିବପ୍ରସାଦ ଦିହୁଡ଼ି ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ସମସ୍ତ କୃତି ପ୍ରତିଯୋଗୀମାନଙ୍କୁ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ଦିବସ ୨୦୨୬ ର ସାଧାରଣ ସଭା ଓ ସାଂସ୍କୃତିକ ଉତ୍ସବ ରେ ବ୍ରହ୍ମପୁର ସ୍ଥିତ ଶିଳ୍ପ ତାଲିମ କେନ୍ଦ୍ରର ପ୍ରେକ୍ଷାଳୟରେ ପୁରସ୍କୃତ କରାଯିବ ।