କୋଦଳା,୨୬/୦୩(ପିପିଟି): ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ସ୍ଥିତ ପିଏମ୍ ଶ୍ରୀ ସ୍ବର୍ଣ୍ଣମୟୀ ଉଚ୍ଚ ବିଦ୍ୟାଳୟର ୭୧ ତମ ବାର୍ଷିକ ଉତ୍ସବ ମହାସମାରୋହ ସହ ବିଦ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଓ ଗୁରୁବାର ୨ ଦିନ ଧରି ଅନୁଷ୍ଠିତ ଏହି ଉତ୍ସବର ପ୍ରଥମ ଦିନର କ୍ରୀଡା ଉତ୍ସବରେ ସମସ୍ତ ଛାତ୍ରଙ୍କୁ ଧରି ଶିକ୍ଷକ ଶିକ୍ଷୟତ୍ରୀ କୋଦଳା ବିଜେ ବାବା ଶ୍ରୀଦଣ୍ଡିଶ୍ୱରଙ୍କ ନିକଟରୁ ମଶାଲ ଧରି ମଞ୍ଚନିକଟକୁ ଆସି ଆବାହକ ତଥା ପ୍ରଧାନ ଶିକ୍ଷକ ଉମାକାନ୍ତ ବେହେରାଙ୍କ ସଭାପତିତ୍ବ କରି କାର୍ଯ୍ୟକ୍ରମକୁ ଉଦଘାଟନ ହୋଇଥିଲେ । ମୁଖ୍ୟ ଅତିଥି ଭାବେ ଅଲମ୍ପିୟନ ଏସିଆନ ପୁରସ୍କାର ବିଜେତା ରାଷ୍ଟ୍ରପତିଙ୍କ ଦ୍ୱାରା ଅର୍ଜୁନ ପୁରସ୍କାର ପ୍ରାପ୍ତ ଡ଼ିଏସପି କେ. ରବି କୁମାର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୋଦଳା କାରାଗାର ଅଧିକ୍ଷକ ମନୋଜ କୁମାର ସୂତ୍ତାର, ସୀମାଞ୍ଚଳ ବାରିକ ଶାରୀରିକ ଟ୍ରେନର ସିମାଞ୍ଚଳ ବାରିକ,ପୁରାତନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପାତ୍ର,ଉପମନ୍ୟୁ ଶତପଥୀ,ସିଆରସିସି ବିଷ୍ଣୁ ପ୍ରସାଦ ସିଂ ଯୋଗଦେଇ ନିଜକୁ ପ୍ରତିଷ୍ଠା କରିବା ପାଇଁ ଇଚ୍ଛାଶକ୍ତି ର ଆବଶ୍ୟକତା ଗୁରତ୍ୱ ପୁର୍ଣ ବୋଲି ପ୍ରକାଶ କରିଥିଲେ,ମୁଖ୍ୟ ବକ୍ତା ଭାବେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ମହାସଚିବ ଦଣ୍ଡପାଣି ମହାପାତ୍ର ଯୋଗ ଦେଇ ଛାତ୍ର ମାନଙ୍କୁ ବିଭିନ୍ନ ଶିକ୍ଷଣୀୟ ଉଦାହରଣ ଦେଇ ଛାତ୍ର ମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଉଦେଶ୍ୟରେ ପ୍ରେରଣାଦାୟକ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ କ୍ରୀଡାରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହିତ ପୁରସ୍କାର ପ୍ରଦାନ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ପୂର୍ବତନ ଶିକ୍ଷୟତ୍ରୀ ଇପ୍ସିତା ମିଶ୍ର । ଗୁରୁବାର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଉମାକାନ୍ତ ବେହେରା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କୋଦଳା ଏବିଓ ରବୀନ୍ଦ୍ର ନାଥ ଶବର ଯୋଗଦେଇଥିବା ବେଳେ, ମୁଖ୍ୟବକ୍ତା ଭାବେ ପୁରୀ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଜ୍ଞାନାନନ୍ଦ ସାଗର କୁମାର ଯୋଗ ଦେଇ ବିଦ୍ଯାଳୟର ଉନ୍ନତି ତଥା ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ପୌରାଣିକ ଉଦାହରଣ ମାଧ୍ୟମରେ ନିଜର ସୁ ଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ । ସେହିପରି ସ୍ବତନ୍ତ୍ର ସମ୍ମାନିତ ଅତିଥି ଭାବେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ମହାସଚିବ ଦଣ୍ଡପାଣି ମହାପାତ୍ର,ପ୍ରାକ୍ତନ ଶିକ୍ଷକ ପ୍ରକାଶ ଚନ୍ଦ୍ର ପାତ୍ର ପୂର୍ବତନ ସିଆରସିସି ଅଶ୍ୱିନୀ କୁମାର ପ୍ରହରାଜ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଯୋଗଦେଇ ଛାତ୍ର ମାନଙ୍କୁ ନିଜ ନିଜର ସୁ ଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ । ଆଜିର କାର୍ଯ୍ୟକ୍ରମକୁ ମଧ୍ୟ ପୂର୍ବତନ ଶିକ୍ଷୟତ୍ରୀ ଇପ୍ସିତା ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ଯାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ଛାତ୍ରଛାତ୍ରୀମାନଙ୍କ ସହ ବହୁ ଅଭିଭାବକ ଅଭିଭାବିକା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଭରପୁର ଉପଭୋଗ କରିଥିଲେ । ଉଭୟ ଦିନର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଅତିଥିଙ୍କୁ ସମ୍ମାନିତ କରାଯାଇ ଥିଲା । ଶେଷରେ ଛାତ୍ର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇ କାର୍ଯ୍ୟକ୍ରମକୁ ଉଦଯାପନ କରାଯାଇଥିଲା ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ)